ସମାଜ ଡିଜିଟାଲ ଡେସ୍କ: ବିଶିଷ୍ଟ କବି, ଔପନ୍ୟାସିକ ଓ ଅବସରପ୍ରାପ୍ତ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଶୁକ୍ରବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ହୋଇଥିଲା। ଝାରସୁଗୁଡ଼ା ଜିଲା ବତଲଗା ଗାଁରେ ୧୯୪୪ ମସିହାରେ ତାଙ୍କର ଜନ୍ମ। ସେ ଆଲ୍ଲାହାବାଦ ବିଶ୍ଵବିଦ୍ୟାଳୟରୁ ସ୍ନାନକତ୍ତୋର ଡିଗ୍ରୀ ହାସଲ କରିଥିଲେ। ତାଙ୍କର ପ୍ରଥମ କବିତା ସଂକଳନ ‘ଗୌଣ ଦେବତା’ ପ୍ରଥମେ ପ୍ରକାଶ ପାଇଥିଲା। ପ୍ରଶାସନିକ ସେବାରେ ୬୦ ଦଶକରୁ ସେ କାର୍ଯ୍ୟ ଆରମ୍ଭ କରି ୨୦୦୪ରେ ଅବସର ଗ୍ରହଣ କରିଥିଲେ।
୧୬ଟି କବିତା ସଂକଳନ ଓ ଦୁଇଟି ଉପନ୍ୟାସ ରଚନା କରି ସେ ଓଡ଼ିଆ ସାରସ୍ଵତ ଜଗତକୁ ସମୃଦ୍ଧ କରିଥିଲେ। ତାଙ୍କ ବିୟୋଗରେ ସାରସ୍ଵତ ଜଗତରେ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ବହୁ ସାହିତ୍ୟିକ ମତ ପ୍ରକାଶ କରିଛନ୍ତି।



