www.samajalive.in
Sunday, December 7, 2025
26.1 C
Bhubaneswar

ଖୁବଶୀଘ୍ର ଆସିବ ଜୋହୋ ପେ’, ବିଦେଶୀ କମ୍ପାନୀକୁ ଦେବ ଟକ୍କର

ସମାଜ ଡିଜିଟାଲ ଡେସ୍କ: ସଫ୍ଟଓ୍ବେର କମ୍ପାନୀ ‘ଜୋହୋ’ ଏବେ ଉପଭୋକ୍ତା ନେଣନେଣ କ୍ଷେତ୍ରରେ ପାଦ ରଖିବାକୁ ଯାଉଛି। କମ୍ପାନୀ ଜୋହୋ ପେ’ ନାମରେ ଏକ ନୂଆ ଆପ୍ଲିକେସନ ଶୁଭାରମ୍ଭ କରିବାକୁ ଯାଉଛି, ଯାହା କମ୍ପାନୀର ଚାଟିଂ ପ୍ଲାଟଫର୍ମ ‘ଅରଟ୍ଟଇ’ରେ ବି ବ୍ୟବହାର କରାଯାଇପାରିବ। ଏହି ଆପ ଗୁଗଲ ପେ’ ଏବଂ ପେଟିଏମ୍‌ ଭଳି ବିଦେଶୀ କମ୍ପାନୀକୁ ଟକ୍କର ଦେବ। ଜୋହୋ ପେ’ ଜରିଆରେ ବ୍ୟବହାରକାରୀମାନେ ଫୋନ ପେ’ ଏବଂ ଗୁଗଲ ପେ’ ଭଳି ଅନଲାଇନରେ ଟଙ୍କା ନେଣଦେଣ କରିପାରିବେ। ଏହା ଜରିଆରେ ସୁରକ୍ଷିତ ଏବଂ ତ୍ଵରିତ ନେଣଦେଣର ସୁବିଧା ହାସଲ କରିପାରିବେ। ଭବିଷ୍ୟତରେ କମ୍ପାନୀ ଏଥିରେ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବ।

ଜୋହୋ ପକ୍ଷରୁ କୁହାଯାଇଛି ଯେ, ଜୋହୋ ପେ’ କମ୍ପାନୀର ବିତ୍ତୀୟ ସେବାଗୁଡ଼ିକର ବିସ୍ତାର ଦିଗରେ ବଡ଼ ଯୋଜନାର ଏକ ଅଂଶ। କମ୍ପାନୀ ଏବେ କେବଳ ନେଣଦେଣ ଏବଂ ପଏଣ୍ଟ ଅଫ ସେଲ (ପିଓଏସ) ସେବା ପ୍ରଦାନ ପର୍ଯ୍ୟନ୍ତ ସୀମିତ ରହିବାକୁ ଚାହୁଁନାହିଁ। ଏହାକୁ ଅଧିକ ବ୍ୟାପକ କରିବାକୁ ପଦକ୍ଷେପ ନେଉଛି।

- Advertisement -

ଜୋହୋର ଅରଟ୍ଟଇ ଆପ୍‌ ୨୦୨୧ରେ ଲଞ୍ଚ ହୋଇଥିଲା। ଏହା ଏକ ସୁରକ୍ଷିତ ସ୍ଵଦେଶୀ ଚାଟ୍‌ ପ୍ଲାଟଫର୍ମ। ଏଥିରେ ପୂର୍ବରୁ ଗ୍ରୁପ ଚାଟ୍‌, ଭିଡିଓ କଲ ଏବଂ ଫାଇଲ ଶେୟାରିଂ ଭଳି ସୁବିଦା ରହିଛି। ବର୍ତ୍ତମାନ ଏଥିରେ ଜୋହୋ ପେ’କୁ ସାମିଲ କରାଯିବ। କମ୍ପାନୀ ବର୍ତ୍ତମାନ ଏହାର ଆଭ୍ୟନ୍ତରୀଣ ପରୀକ୍ଷଣ ଜାରି ରଖିଛି। ଆଗାମୀ କିଛିମାସ ମଧ୍ୟରେ ଏହାକୁ ପର୍ଯ୍ୟାୟକ୍ରମେ ଲଞ୍ଚ କରିବାକୁ ଯୋଜନା ରଖିଛି, ଯାହାଫଳରେ ଏହାର ବ୍ୟବହାରକାରୀଙ୍କ ଅନୁଭୂତି ଆହୁରି ଅଧିକ ଉତ୍ତମ ହୋଇପାରିବ।

କେନ୍ଦ୍ର ସରକାର ଆତ୍ମନିର୍ଭରତା ଉପରେ ଗୁରୁତ୍ଵ ଦେଉଥିବାବେଳେ ଆମ ଦେଶରେ ଅଧିକାଂଶ ଅନଲାଇନ ପ୍ଲାଟଫର୍ମ ବିଦେଶୀ କମ୍ପାନୀମାନଙ୍କର। ତେଣୁ ଘରୋଇ ବା ସ୍ଵଦେଶୀ କମ୍ପାନୀ ଜୋହୋ ନିଜର ଉତ୍ପାଦ ବଳରେ ଦେଶବାସୀଙ୍କୁ ଉନ୍ନତ ସୁବିଧା ଏବଂ ସେବା ପ୍ରଦାନ ସହ ବିଦେଶୀ କମ୍ପାନୀଗୁଡ଼ିକ ଉପରେ ଆମର ଆତ୍ମନିର୍ଭରତା ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories