www.samajalive.in
Tuesday, December 9, 2025
17.1 C
Bhubaneswar

ପହିଲାରୁ ଖୋଲିବ କୁଲଡିହା: ପର୍ଯ୍ୟଟକ ଆଗ୍ରହୀ, ବିକାଶ କରୁନି ବନ ବିଭାଗ

ନୀଳଗିରି: ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ନଭେମ୍ବର ୧ରୁ ଜୁନ୍‌‌ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବାଲେଶ୍ବର ଜିଲାର କୁଲଡିହା ଅଭୟାରଣ୍ୟ ଖୋଲିବ। ଏ ନେଇ ବନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ସରିଛି। ମାତ୍ର କୁଲଡିହାରେ ପର୍ଯ୍ୟଟକଙ୍କ ପାଇଁ କୌଣସି ବିକାଶମୂଳକ କାର୍ଯ୍ୟ ବନବିଭାଗ ହାତକୁ ନେଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଠାରେ ୨୭୨.୭୫ବର୍ଗ କିମି ପରିବ୍ୟାପ୍ତ ଘଞ୍ଚ ଶାଳବଣର ସବୁଜିମା, ପକ୍ଷୀଙ୍କ କଳରବ ପର୍ଯ୍ୟଟକଙ୍କୁ ବିଭୋର କରିଥାଏ। ଏଥିପାଇଁ ଓଡ଼ିଶା ସମେତ ପଶ୍ଚିମବଙ୍ଗର ବହୁ ସଂଖ୍ୟକ ପର୍ଯ୍ୟଟକ କୁଲଡିହାକୁ ଧାଇଁ ଆସିଥାନ୍ତି।

ଅଭୟାରଣ୍ୟରେ ଏଯାବତ ରାସ୍ତା ମରାମତି ହୋଇପାରିନି କି ଅନ୍ୟ ବିକାଶ କାର୍ଯ୍ୟ ମଧ୍ୟ କରାଯାଇନି। ଦୀର୍ଘ ପ୍ରାୟ ୪ ବର୍ଷ ତଳୁ ଅଭୟାରଣ୍ୟ ଭିତରେ ଥିବା ରାସ୍ତା ମରାମତି ହୋଇଥିଲା। ସମ୍ପ୍ରତି କେତେକ ସ୍ଥାନରେ ଗଛଲତା ମାଡ଼ି ରାସ୍ତା ଲୁଚି ଯାଇଥିବାବେଳେ ବର୍ଷା ପାଣି ସ୍ରୋତରେ ବହୁ ରାସ୍ତା ଧୋଇ ଯାଇଛି। ଯାହା ପର୍ଯ୍ୟଟକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଗତବର୍ଷ କେତେକ ବଙ୍ଗୀୟ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥିବା କଇମଚତୁରୀ ନିକଟରେ ସେମାନଙ୍କ କାରଟି ରାସ୍ତାରେ ଫସି ରହିଥିଲା। ଏତିକିବେଳେ ପ୍ରାୟ ୮/୧୦ଟି ହାତୀ ସେମାନଙ୍କ ଆଡ଼କୁ ମାଡ଼ି ଆସିବାରୁ ଜୀବନ ବିକଳରେ ପର୍ଯ୍ୟଟକ ଜଙ୍ଗଲକୁ ଦୌଡ଼ିଥିଲେ। ଦୀର୍ଘ ଘଣ୍ଟା ପରେ ସେମାନଙ୍କୁ ସେଠାରୁ ଉଦ୍ଧାର କରାଯାଇ ଅଭୟାରଣ୍ୟ ବାହାରକୁ ଅଣାଯାଇଥିଲା।

- Advertisement -

ସେହିପରି ଅଭୟାରଣ୍ୟ ଭିତରେ ଥିବା ଏଫ୍‌‌ଆରଏଚଟି ମରାମତି ଅଭାବରୁ ଜରାଜୀର୍ଣ୍ଣ ପାଲଟି ଯାଇଛି। ପ୍ରାୟ ୫୦/୬୦ ବର୍ଷ ତଳୁ ନିର୍ମାଣ ହୋଇଥିବା ଏହି ଏଫ୍‌‌ଆରଏଚଟି ଦୁର୍ବଳ ହୋଇ ଛାତରୁ ସିମେଣ୍ଟ ଫଡ଼ା ଝଡ଼ି ପଡୁଥିବାବେଳେ କାନ୍ଥ ଫୁଲି ଯାଇଛି। ଏଠାରେ ନୂତନ ଏଫ୍‌‌ଆରଏଚ ନିର୍ମାଣ ନହେଲେ ଅତିଥିମାନଙ୍କ ପ୍ରତି ବିପଦ ରହିଛି। ଗୋହିରାଭୋଳଠାରେ ଥିବା ପ୍ରକୃତି ନିବାସରେ ତମ୍ବୁ ଗୁଡ଼ିକ ଛିଣ୍ଡି ଯିବା ସହ ଆସବାବପତ୍ରରେ ଉଇ ଲାଗି ନଷ୍ଟ ହୋଇଯାଇଛି। ସୋଲାର ସିଷ୍ଟମ ଅଚଳ ଯୋଗୁଁ ଏଠାରେ ଆଲୁଅ ବ୍ୟବସ୍ଥା ହୋଇ ପାରୁନି। ବୋଟିଂ ବ୍ୟବସ୍ଥା ମଧ୍ୟ ବନ୍ଦ ହୋଇ ପଡ଼ିଛି। ପର୍ଯ୍ୟଟକ ୱେବସାଇଟରୁ ୩୭ ଶହ ଟଙ୍କା ଖର୍ଚ୍ଚାନ୍ତ ହୋଇ ଏଠାକୁ ଆସିବାକୁ ଯୋଜନା କରୁଥିବାବେଳେ ବନବିଭାଗ ସେମାନଙ୍କ ପାଇଁ କୌଣସି ସୁବ୍ୟବସ୍ଥା କରୁନାହିଁ। ଯାହା ଫଳରେ କେବଳ ଗଛ ଲତା ଦେଖି ପର୍ଯ୍ୟଟକ ଏଠାରୁ ଫେରିବାକୁ ବାଧ୍ୟ ହେବା ସାର ହେବ। ବହୁ ସମୟରେ ବିଷଧର ସାପମାନେ ତମ୍ବୁଘର ଭିତରକୁ ପଶୁଥିବାବେଳେ ହାତୀ, ଭାଲୁ ପ୍ରଭୃତି ହିଂସ୍ର ଜନ୍ତୁ ପ୍ରକୃତି ନିବାସ ପରିସରକୁ ପଶି ଆସୁଛନ୍ତି। ବହୁ ବର୍ଷ ତଳୁ ଖୋଳା ଯାଇଥିବା ଟ୍ରେଞ୍ଚ ବା ନାଳ ପୋତି ହୋଇ ଯାଇଥିବାରୁ ବନ୍ୟଜନ୍ତୁ ଏଠାକୁ ଅକ୍ଳେଶରେ ପଶି ଆସୁଛନ୍ତି। ବନବିଭାଗ କୁଲଡିହା ବିକାଶ ଦିଗରେ ଦୃଷ୍ଟି ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories