www.samajalive.in
Monday, December 8, 2025
14.1 C
Bhubaneswar

ବାପ ବିକ୍ରି ଜମି ଖାରଜ କରିପାରିବେ ସନ୍ତାନ

ନୂଆଦିଲ୍ଲୀ: ବିନା କୌଣସି ଲ’ସୁଟ୍‌ (ମକଦ୍ଦମା) ରେ ପିତାମାତାଙ୍କ ଦ୍ବାରା ହୋଇଥିବା ସମ୍ପତ୍ତି ବୁଝାମଣାକୁ ନାବାଳକ ସନ୍ତାନ ସାବାଳକ ହେବା ପରେ ବାତିଲ କରିପାରିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସନ୍ତାନ ନାବାଳକ ଥିବା ସମୟରେ ତା’ର ପିତାମାତା ଯଦି କାହାକୁ ସମ୍ପତ୍ତି ବିକ୍ରି କରିଥାନ୍ତି କିମ୍ବା ହସ୍ତାନ୍ତର କରିଥାନ୍ତି ତେବେ ତାହାକୁ ସନ୍ତାନ ସାବାଳକ ହେବା ପରେ ଚାଲେଞ୍ଜ କରିପାରିବ। ଏପରି କି ଉକ୍ତ ସମ୍ପତ୍ତିକୁ ସନ୍ତାନ ଅନ୍ୟ କାହାକୁ ବିକ୍ରି କରିପାରିବ। ତେଣୁ ସନ୍ତାନ ନାବାଳକ ଥିବା ସମୟରେ ପିତାମାତା ଯଦି କାହାକୁ ସମ୍ପତ୍ତି ବିକ୍ରି କିମ୍ବା ସ୍ଥାନାନ୍ତର କରିବାକୁ ଚାହଁୁଥାନ୍ତି ତେବେ ଏଥିପାଇଁ ଏକ ମକଦ୍ଦମା କରିବା ଦରକାର।

ମକଦ୍ଦମା ମାଧ୍ୟମରେ ସମ୍ପତ୍ତି ବିକ୍ରି କିମ୍ବା ହସ୍ତାନ୍ତର କରାଯାଇଥିଲେ ଏହା ବୈଧ ବିବେଚିତ ହେବ ବୋଲି ସୁପ୍ରିମକୋର୍ଟ ବିଚାରପତି ପଙ୍କଜ ମିତ୍ତଲ ଏକ ମାମଲାର ବିଚାର କରି ରାୟ ଦେଇଛନ୍ତି। ମାମଲାଟି ହେଉଛି ୧୯୭୧ରେ କର୍ଣ୍ଣାଟକ ସାମନୌର ଗାଁର ଦୁଇଟି ପ୍ଲଟ୍‌କୁ ରୁଦ୍ରପ୍ପା ନାମକ ଜଣେ ବ୍ୟକ୍ତି ତାଙ୍କର ତିନିଟି ନାବାଳକ ସନ୍ତାନଙ୍କ ନାମରେ କ୍ରୟ କରିଥିଲେ। ପରବର୍ତ୍ତୀ ସମୟରେ ରୁଦ୍ରପ୍ପା ଏହି ଦୁଇଟି ପ୍ଲଟ୍‌କୁ ନିଲମ୍ମା ନାମକ ମହିଳାଙ୍କୁ ବିକ୍ରି କରିଦେଇଥିଲେ। ରୁଦ୍ରପ୍ପା ପ୍ଲଟ୍‌ ଦୁଇଟିକୁ ନିଲମ୍ମାଙ୍କୁ ବିକ୍ରି କରିବା ସମୟରେ ପିଲାମାନେ ନାବାଳକ ଥିଲେ। ଏହି ବିକ୍ରି ପାଇଁ ରୁଦ୍ରପ୍ପା କୋର୍ଟଙ୍କ ଅନୁମତି ନେଇ ନଥିଲେ। ରୁଦ୍ରପ୍ପାଙ୍କ ପିଲାମାନେ ସାବାଳକ ହେବା ପରେ ଏହି ୨ଟି ପ୍ଲଟ୍‌କୁ କେଏସ୍ ଶିବପ୍ପା ନାମକ ଜଣେ ବ୍ୟକ୍ତିକୁ ପୁନର୍ବାର ବିକ୍ରି କରିଥିଲେ। ଫଳରେ ପ୍ଲଟ୍‌ର ମାଲିକାନାକୁ ନେଇ ନିଲମ୍ମା ଓ ଶିବପ୍ପାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।

- Advertisement -

ଏହି ବିବାଦ ଉପରେ ନିମ୍ନ ଅଦାଲତ ବିଚାର କରି କହିଥିଲେ ଯେ ସନ୍ତାନମାନେ ପ୍ଲଟ୍ ବିକ୍ରି କରିବା ବେଆଇନ। ସମ୍ପତ୍ତିକୁ ବିକ୍ରି କରିବା ପୂର୍ବରୁ ସେମାନେ ପିତାଙ୍କ ଦ୍ବାରା ହୋଇଥିବା ବିକ୍ରିକୁ ବାତିଲ କରିବା ଲାଗି ଏକ ମାମଲା ରୁଜୁ କରିବା ଜରୁରୀ। ମାତ୍ର ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଏଥିପାଇଁ କୌଣସି ମାମଲା ରୁଜୁର ଆବଶ୍ୟକତା ନାହିଁ। ସାବାଳକ ସନ୍ତାନ ଏହାର ଜମିକୁ ବିକ୍ରି କରିବା ଯଥାର୍ଥ। କାରଣ ନାବାଳକ ସନ୍ତାନ ଜମି ପୂର୍ବରୁ ବିକ୍ରି ହୋଇଥିବା ସମ୍ପର୍କରେ ଜାଣି ନଥାଇପାରନ୍ତି। ତେଣୁ ସେମାନେ ସମ୍ପତ୍ତିକୁ ଅନ୍ୟ କାହାକୁ ବିକ୍ରି କରିଦେଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories