www.samajalive.in
Sunday, December 7, 2025
13.1 C
Bhubaneswar

ଆମକୁ ଟଙ୍କା ଫେରାଅ

ସମ୍ବଲପୁର: ସମ୍ବଲପୁରରେ ଟଙ୍କା ନେଇ ମିଛ ଚାକିରି ଦେବା ମାମଲା। ଠକାମୀର ଶିକାର ହୋଇଥିବା ଶତାଧିକ ମହିଳା ଏବଂ ପୁରୁଷ ନିଜ ଟଙ୍କା ଫେରି ପାଇବାକୁ ଆଜି ଏସ୍‌ପି ଅଫିସରେ ଏକାଠି ହୋଇଥିବା ଦେଖିବାକୁ ମିଳିଛି। ଗିରଫ ଦୁଇ ଅଭିଯୁକ୍ତ ରାହୁଲ ଓ ପଦ୍ମା ଟଙ୍କା ଆଦାୟ କରୁଥିବା ସମସ୍ତେ ଅଭିଯୋଗ ଆଣିଛନ୍ତି। ଚିପିଲିମା ମାରାଙ୍ଗୋଲାରେ ଉଭୟେ ୪ ହଜାର ଲୋକଙ୍କୁ ନେଇ ସଭା କରିଥିଲେ। ଏବଂ ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଭାଷଣ ଦେଇ ଲୋକଙ୍କ ମନରେ ବିଶ୍ଵାସ ଜନ୍ମାଇଥିଲେ। ସେମାନେ ଏରିଆ ମ୍ୟାନେଜର ପାଇଁ ୨୦ ହଜାର ଏବଂ ଝାଡୁଦାର ପାଇଁ ୧୨ ହଜାର ଟଙ୍କା ନେଉଥିଲେ। ଲୋକମାନେ ଟଙ୍କା ନେବା ବେଳର ଭିଡିଓ ମଧ୍ୟ ଦେଖାଇଥିଲେ। ତେବେ ପୁଲିସ୍‌ ୬୨ ଲକ୍ଷ ଟଙ୍କା ଜବତ କରିବା ପରେ ଲୋକମାନେ ଟଙ୍କା ପାଇଁ ଏସ୍‌ପି ଅଫିସରେ ପହଞ୍ଚିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories