www.samajalive.in
Sunday, December 7, 2025
18.1 C
Bhubaneswar

ପାଞ୍ଚ ହଜାର ନୂଆ ଭୋଟଙ୍କୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆପଡ଼ା: ନୂଆପଡା ଜିଲାରେ ନୂଆ ୫ହଜାର ଭୋଟରଙ୍କୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଆଜି ସଦର ମହକୁମା କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି କଂଗ୍ରେସ । ପ୍ରଶାସନ ଜିଲାରେ ମୋଟ ଭୋଟର ତାଲିକା ପ୍ରକାଶ କରିବାପରେ ନୂତନ ପାଞ୍ଚ ହଜାର ଭୋଟର ବାବଦରେ କୌଣସି ସୂଚନା ଦେଇନଥିବା କଂଗ୍ରେସ ଅଭିଯୋଗ କରିଛି।

ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରେସର ମିଡ଼ିଆ ସେଲ ମୁଖ୍ୟ ଅରବିନ୍ଦ ଦାସ, ରାଷ୍ଟ୍ରୀୟ ପ୍ରବକ୍ତା ଡ଼ ହମିଦ ହୁସେନ, ନୂଆପଡ଼ା ପ୍ରାର୍ଥୀ ଘାସିରାମ ମାଝୀ, ନୂଆପଡ଼ା ମିଡ଼ିଆ ସେଲ ପଦାଧିକାରୀ ସୁଧୀର ମିଶ୍ର, ପ୍ରମୁଖ ଉପସ୍ଥିତ ରହି ନୂଆପଡ଼ାରେ ମଧ୍ୟ ପାଞ୍ଚ ହଜାର ମିଛ ଭୋଟର ସାମିଲ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହାସହ ରାଜ୍ୟରେ ଏସ ଆଇ ପରୀକ୍ଷା ଜାଲିଆତି ମାମଲାର ସିବିଆଇ ତଦନ୍ତ ଉଚ୍ଚ ନ୍ୟାୟାଳୟର କୌଣସି ବିଚାରପତି କିମ୍ବା ଅବସରକାଳୀନ ବିଚାରପତିଙ୍କ ତତ୍ବାବଧାନରେ କରାଯାଉ ବୋଲି ମଧ୍ୟ ଦାବି କରିଥିଲେ।

- Advertisement -

ସେହିପରି ଶିଶୁ ମଙ୍ଗଳ ବିଭାଗ ଏକ ପତ୍ର ଜରିଆରେ ଯେଉଁ ଆଦିବାସୀ ଝିଅ ମାନେ ୧୮୦୦୦ତାଙ୍କ ଲେଖାଏଁ ସରକାରୀ ବୃତ୍ତି ପାଉଛନ୍ତି ସେମାନଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦେବାକୁ କୁହାଯାଇଛି। ଏହାକୁ ଜାତୀୟ କଂଗ୍ରେସ ବିରୋଧ କରିବା ସହ ଆଦେଶକୁ ପ୍ରତ୍ୟାହାର କରିବାକୁ ଦାବି କରିଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories