www.samajalive.in
Tuesday, December 9, 2025
16.1 C
Bhubaneswar

୧୫୨ ତମ ଗିରି ଗୋବର୍ଦ୍ଧନ ପୂଜା

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲସ୍ତଲା ଗ୍ରାମରେ ବୁଧବାର ଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି । ଗାଆଁରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଭବ୍ୟ ସୁସଜ୍ଜିତ ପୂଜା ମଣ୍ଡପ ତିଆରି କରାଯାଇ ଗିରି ଗୋବର୍ଦ୍ଧନ ଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ଏହି ପୂଜା ଆରମ୍ଭ ହୋଇଥିଲା। ରୀତି ନୀତି ସହ ଷୋଡ଼ଶ ଉପଚାରରେ ପୂଜା କରାଯାଇ ଘଣ୍ଟା ଶଙ୍ଖ ହୁଳହୁଳିରେ ପରିବେଶ ଉଛୁଳି ପଡ଼ିଥିଲା। ନିକୁଞ୍ଜ ବିହାରୀ ନାଏକ ଓ ତାଙ୍କ ଧର୍ମପତ୍ନୀ ରିତା ନାଏକ ଏହି ପୂଜାର କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ହରିବୋଲ  ଦାଶ ଓ ସାଥୀ ପ୍ରମୁଖ ପଣ୍ଡିତ ପୂଜା କାର୍ଯ୍ୟ ତୁଲାଉଛନ୍ତି । ଏହି ଅବସରରେ ପଣ୍ଡିତ ମାନଙ୍କ ଦ୍ଵାରା ବାରସ୍କନ୍ଧ ପାଠ କରାଯାଇଥିଲା। ପରେ ବେଦ ମନ୍ତ୍ର ପାଠ ସହ ହୋମ ଆରତୀ ପ୍ରଦାନ କରାଯାଇଥିଲା।

ଦୀର୍ଘ ବର୍ଷ ଧରି ଏହି ପୂଜା ହୋଇ ଆସୁଅଛି। ଲୁରୁପାଲି, ଭୂର୍ଶି ପାଲି, ବନ୍ଦା ଖରମୁଣ୍ଡା, ସୁକୁଟା ପାଲି, କୂର୍ଲ୍ଲା, ଟାଙ୍ଗର୍ ପାଲି, ରେଙ୍ଗାଲିକେମ୍ପ, କଳାପାଣି, ଆଦି ଆଖ ପାଖ ଅଞ୍ଚଳର ଦର୍ଶକ ମାନଙ୍କର ବେଶ୍ ଗହଳି ଲାଗିଥିଲା। ବିଭିନ୍ନ ପ୍ରକାର ଦୋକାନ ବଜାର, ମୀନା ବଜାର ଆଦି ରେ ଅଞ୍ଚଳ ବେଶ ଚଳ ଚଞ୍ଚଳ ହୋଇ ଉଠିଥିଲା। ଗ୍ରାମର ଗୌନ୍ତିଆ ଙ୍କ ସହ ଗ୍ରାମବାସୀ ମନ୍ଦିର ପରିକ୍ରମା କରି ଥିଲେ । ଏହା ବ୍ୟତୀତ କୃଷ୍ଣ ,ବଳରାମ ଙ୍କ ଗ୍ରାମ ପରିଭ୍ରମଣ କରାଯାଇଥିଲା । ମନୋରଞ୍ଜନ ପାଇଁ  ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୁମ୍ଭାରି ର ଗରିଲା ସମ୍ପ୍ରଦା ଓ ମାଁ କରମସାନି ଦଣ୍ଡବାଡି ନୃତ୍ୟ ବରପାଲି ର ବଜରଙ୍ଗ ବଳି ନୃତ୍ୟ , ଖେମେଶରା ର ଘୁମୁରା ନୃତ୍ୟ ଓ ଦୁଲୁଡୁଲି ବାଦ୍ୟ ପରିବେଷିତ ହୋଇଥିଲା । ଏହି ଗୋବର୍ଦ୍ଧନ ପୂଜା କମିଟିର ସଭାପତି ବାବୁ ନାଏକ, ସମ୍ପାଦକ ଦିନେଶ କୁମାର ମେହେର ଓ କୋଷାଧ୍ୟକ୍ଷ ରୋଷନ୍ ଭୋଇ ତଥା ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ ।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories