www.samajalive.in
Sunday, December 7, 2025
26.1 C
Bhubaneswar

ବାହାରେ ଜଗିଥିଲା ପୁଲିସ, ସ୍କାଏଲାଇଟ ଭାଙ୍ଗି ଥାନାରୁ ଚମ୍ପଟ ମାରିଲା କୁଖ୍ୟାତ ଚୋର

କଟକ: ସ୍କାଇଲାଇଟ୍‌ ଭାଙ୍ଗି କୁଖ୍ୟାତ ଚୋର ଚମ୍ପଟ ମାରିଛି। ସେ ପୁଣି ଆଉ କୌଣସି ସ୍ଥାନ ନୁହେଁ, କମିଶନରେଟ ପୁଲିସର ଜଗତପୁର ଥାନା ଅଧିକାରୀଙ୍କ କୋଠାରୀ ଭିତରୁ। ଦିନ ଦ୍ବିପ୍ରହରରେ ଚାରି ଚାରି ଜଣ ପୁଲିସ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ସେ ଫେରାର ହୋଇଛି। ଅଭିଯୁକ୍ତ ନାଁରେ ୫ରୁ ଅଧିକ ମାମଲା ରହିଛି। ପୂର୍ବରୁ ଦୁଇ ଥର ଜେଲ ମଧ୍ୟ ଯାଇଛି। ଜାମିନ ପାଇବା ପରେ ପୁଣି ଅପରାଧରେ ଲିପ୍ତ ରହିଥିଲା।

ଜଗତପୁର ଅଞ୍ଚଳର ଏକ ବଡ଼ ଧରଣର ଚୋରି ଘଟଣାରେ ତା’ର ସମ୍ପୃକ୍ତି ରହିଥିବା ସନ୍ଦେହ କରି ପୁଲିସ ତାକୁ ଉଠାଇ ଆଣିଥିଲା। ପଚରାଉଚରା କରିବା ସହ ମାମଲାର ତଦନ୍ତକାରୀ ଅଧିକାରୀଙ୍କ କୋଠରୀରେ ତାକୁ ରଖାଯାଇଥିଲା। ଚାରି ଜଣ କର୍ମଚାରୀ ତାକୁ ଜଗି ରହିଥିଲେ। ଦୁଇ ଜଣ ଖାଇବାକୁ ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ତାକୁ କୋଠରୀ ବାହାରେ ଜଗି ରହିଲେ। ହେଲେ ଅଭିଯୁକ୍ତ ଭିତରପଟୁ କବାଟ ଦେଇ ସ୍କାଏଲାଇଟ୍‌ ଭାଙ୍ଗି ଛୁ’ ମାରିଥିଲା। ଥାନାରୁ ଜଣେ କୁଖ୍ୟାତ ଚୋର ଚମ୍ପଟ ମାରିବା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ଏ ନେଇ ଥାନା ଅଧିକାରୀଙ୍କ ମତାମତ ମିଳିପାରି ନାହିଁ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories