www.samajalive.in
Sunday, December 7, 2025
26.1 C
Bhubaneswar

କଟକ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ଓ ସାମଗ୍ରୀ ଜବତ, ମାଫିଆ ଚମ୍ପଟ

ଆଠଗଡ: ଦୀପାବଳିକୁ ଦୃଷ୍ଟିରେ ରଖି କଟକ ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ ଅବକାରୀ ପକ୍ଷରୁ କୋରଙ୍ଗାର ମଦ ପ୍ରସ୍ତୁତି ଆଡ୍ଡା ଉପରେ ମିଳିତ ଚଢାଉ କରାଯାଇଥିଲା । ଆଠଗଡ ଅବକାରୀ ସହିତ କଟକ ଭ୍ରାମ୍ୟମାଣ ଦଳ, ନରସିଂହପୁର ଓ ବାଙ୍କୀ ଅବକାରୀ ଏବଂ ଆଠଗଡ ପୁଲିସ ପକ୍ଷରୁ ଅବକାରୀ ଉପଅଧିକ୍ଷକ ସିଏଚ୍ ତିରୁପତିଙ୍କ ନେତୃତ୍ବରେ ଏହି ଚଢାଉ ହୋଇଥିଲା ।

- Advertisement -

ଶନିବାର ସକାଳେ ଚୋରା ଦେଶୀ ମଦ ପ୍ରସ୍ତୁତି ପାଇଁ ବିଖ୍ୟାତ କୋରଙ୍ଗା ଗ୍ରାମର ବିଭିନ୍ନ ଚାଷ ଜମି ଓ ଝାଟି ଜଙ୍ଗଲରେ ଥିବା ମଦ ଭାଟି ଉପରେ ଅତର୍କିତ ଚଢାଉ କରାଯାଇଥିଲା । ଚଢାଉ ସମୟରେ ୧୯୯୫ ଲିଟର ଦେଶୀ ମଦ ଏବଂ ମଦ ପ୍ରସ୍ତୁତି ପାଇଁ ଶହ ଶହ ଜାରକିନ୍ ରେ ଲୁଚାଇ ରଖାଯାଇଥିବା ୨୦୮୯୫ ଲିଟର ଗୁଡ ପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା ।

ଚଢାଉ ପୂର୍ବରୁ ଅନତି ଦୂରରୁ ଅବକାରୀ ବିଭାଗର ଏକାଧିକ ଗାଡି ଦେଖି ଚିରାଚରିତ ଭାବେ ମଦ ମାଫିଆ ଚମ୍ପଟ ମାରିଥିବାରୁ କାହାରିକୁ ଗିରଫ କରାଯାଇ ପାରିନଥିଲା । ତେବେ ଏ ବାବଦରେ ୬ଟି ମାମଲା ରୁଜୁ ହୋଇଥିବା କହିଛନ୍ତି ଉପଅଧିକ୍ଷକ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories