www.samajalive.in
Sunday, December 7, 2025
26.1 C
Bhubaneswar

ଇସ୍କନ ଅଦିନିଆ ରଥଯାତ୍ରା କରିନି, ଭୁଲ ତଥ୍ୟଭିତ୍ତିକ ଖବର ପ୍ରସାରଣ କରାଯାଉଛି: ଇସ୍କନ

ସମାଜ ନ୍ୟୁଜ ଡେସ୍କ: ଅଦିନିଆ ରଥଯାତ୍ରା ନେଇ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୋକ୍ତି ରଖିଲା ଇସ୍କନ । ଗଜପତି ମହାରାଜାଙ୍କ ତାଗିଦ ପରେ ଇସ୍କନ ଅଦିନିଆ ରଥଯାତ୍ରା କରିନାହିଁ କି ଆଗକୁ କରିବ ନାହିଁ ବୋଲି ଇସ୍କନ ପକ୍ଷରୁ କୁହାଯାଇଛି । ମାତ୍ର କିଛି ଗଣମାଧ୍ୟମ ବିଭ୍ରାନ୍ତିକର ଖବର ପରିବେଶଣ କରୁଛନ୍ତି । ଏନେଇ ଅଭିଯୋଗ କରିଛନ୍ତି ଇସ୍କନର ସନାତନ ସଂସ୍କୃତି ପ୍ରଚାରକ ପ୍ରାଣେଶ୍ୱର କ୍ରିଷ୍ଣ ଦାସ ।  ବିଭ୍ରାନ୍ତିକର ଖବର ପରିବେଷଣ ନ କରିବାକୁ ସେ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ।

ଇସ୍କନ ଛଡ଼ା ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଅଦିନିଆ ରଥଯାତ୍ରା କରୁଛନ୍ତି । ଓଡ଼ିଶାର ନୂଆପଡ଼ାରେ ମଧ୍ୟ ଅଦିନିଆ ରଥାଯାତ୍ରା ଦୀର୍ଘ ବର୍ଷ ହେଲା ହୋଇଆସୁଛି । ସେହିପରି ଦିଲ୍ଲୀରେ ମଧ୍ୟ ଅଦିନିଆ ରଥଯାତ୍ରା ଆଜକୁ 22ରୁ ଅଧିକ ବର୍ଷ ହେଲା ହୋଇଆସୁଥିବା ଇସ୍କନ ସଫେଇ ଦେଇଛି । ମାତ୍ର ସୋସିଆଲ ମିଡ଼ିଆରେ ଯେଉଁ ରଥଯାତ୍ରା ନେଇ ଭିଡ଼ିଓ ଭାଇରାଲ ହେଉଛି ତାହା ଇସ୍କନର ନୁହେଁ । ତାହା ମଧୁବନ ଆଶ୍ରମର ବୋଲି ସ୍ପଷ୍ଟ ମତ ରଖିଛି ଇସ୍କନ ।

- Advertisement -

ଧାର୍ମିକ ସଂଗଠନକୁ ମିଥ୍ୟା ଆରୋପ ପ୍ରତ୍ୟରୋପ ବନ୍ଦ କରନ୍ତୁ । ଗଜପତି ମହାରାଜାଙ୍କ ଆଦେଶ ପରେ ,ଆଜି ପର୍ଯ୍ୟନ୍ତ ଇସ୍କନ ଭାରତ ବର୍ଷରେ ଅଦିନିଆ ରଥଯାତ୍ରା କରିନାହିଁ , ବୋଲି କହିଛନ୍ତି ଇସ୍କନର ସନାତନ ସଂସ୍କୃତି ପ୍ରଚାରକ ପ୍ରାଣେଶ୍ୱର କ୍ରୀଷ୍ଣ ଦାସ  ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories