www.samajalive.in
Sunday, December 7, 2025
13.1 C
Bhubaneswar

ତେଜସ୍‌ ଏମକେ୧ଏ ଯୁଦ୍ଧ ବିମାନର ସଫଳ ଉଡ଼ାଣ

ନାସିକ: ଶୁକ୍ରବାର ମହାରାଷ୍ଟ୍ରର ନାସିକଠାରେ ହିନ୍ଦୁସ୍ଥାନ ଏରୋନଟିକ୍‌ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଭାରତୀୟ ବାୟୁସେନା ପାଇଁ ନିର୍ମିତ ତେଜସ୍‌ ଏମକେ୧ଏ ଯୁଦ୍ଧ ବିମାନର ଉଡାଣକୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ଏହି ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିଲେ। ପ୍ରଥମ ଉଡାଣ ସଫଳ ହେବାପରେ ତେଜସ୍‌ ଏମକେ୧ଏ ବିମାନକୁ ପାରମ୍ପରିକ ଜଳ ସଲାମି ଦିଆଯାଇଥିଲା। ଏହି ଅବସରରେ ରାଜନାଥ ସିଂହ ହାଲୁକା ଯୁଦ୍ଧ ବିମାନ ତେଜସ୍‌ ଏମକେ୧ଏ ପାଇଁ ନାସିକସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍‌ସର ତୃତୀୟ ପ୍ରଡକ୍‌ସନ ଲାଇନ ଏବଂ ହିନ୍ଦୁସ୍ଥାନ ଟର୍ବୋ ଟ୍ରେନର-୪୦ ବିମାନର ଦ୍ବିତୀୟ ପ୍ରଡକ୍‌ସନ ଲାଇନକୁ ଉଦ୍‌ଘାଟନ କରିଛନ୍ତି। ତେଜସ୍‌ ଏମକେ୧ଏ ଯୁଦ୍ଧ ବିମାନ ସାମିଲ ହେବାପରେ ଭାରତୀୟ ବାୟୁସେନାର ମାରକ କ୍ଷମତା ବୃଦ୍ଧି ପାଇବା ସହ ଚୀନ ଓ ପାକିସ୍ତାନ ବାୟୁସେନା ପକ୍ଷରୁ ଆସନ୍ନ ବିପଦର ଉଚିତ ମୁକାବିଲା କରିବ ବୋଲି ଆଶା କରାଯାଉଛି। ଚୀନ୍‌ ନିର୍ମିତ ଜେ-୧୭ ବିମାନ ତୁଳନାରେ ତେଜସ୍‌ ଏମକେ୧ଏର ରେଡାର ଦକ୍ଷତା ଅଧିକ ଉନ୍ନତ ଥିବାବେଳେ ଏହା ଏକାଧିକ ସାମରିକ ଅଭିଯାନକୁ ସଫଳ କରିପାରିବ।

ଏଥିରେ ଖଞ୍ଜାଯାଇଥିବା ଅତ୍ୟାଧୁନିକ ବୈଦ୍ୟୁତିକ ଯନ୍ତ୍ରପାତି ଯୁଦ୍ଧକ୍ଷେତ୍ରରେ ଭାରତକୁ ଆଗୁଆ ରଖିପାରିବ। ଭାରତୀୟ ବାୟୁସେନା ଇତିମଧ୍ୟରେ ମିଗ୍‌-୨୧ ବିମାନକୁ ସେବା ନିବୃତ୍ତ କରିସାରିଥିବାରୁ ତେଜସ୍‌ ଏମକେ୧ଏ ବିମାନ ଏହାର ସ୍ଥାନ ପୂରଣ କରିବ ବୋଲି ଆଶା କରାଯାଉଛି। ଆକାଶରେ ଏହି ବିମାନ ଇନ୍ଧନ ଭର୍ତ୍ତି କରିବାର ସୁବିଧା ମଧ୍ୟ ରହିଛି। ହିନ୍ଦୁସ୍ଥାନ ଏରୋନଟିକ୍‌ସର ତୃତୀୟ ପ୍ରଡକ୍‌ସନ ଲାଇନ କାର୍ଯ୍ୟକ୍ଷମ ହେବାଫଳରେ ବାର୍ଷିକ ୧୬ରୁ ୨୪ଟି ତେଜସ୍‌ ବିମାନ ଉତ୍ପାଦିତ ହୋଇପାରିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories