www.samajalive.in
Sunday, December 7, 2025
26.1 C
Bhubaneswar

ପୁଲିସ ଏସ୍‍ଆଇ ଦୁର୍ନୀତି: ଆଉ ୪ଗିରଫ, ୪ଦାମୀ ଗାଡି ଜବତ

ସମାଜ ଡିଜିଟାଲ ଡେସ୍କ: ପୁଲିସ ଏସ୍‍ଆଇ ଦୁର୍ନୀତି ମାମଲାରେ ଆଉ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମୋଷ୍ଟ ୱାଣ୍ଟେଡ୍‍ ମୁନା ମହାନ୍ତି ସହ ୩ଜଣ ଗିରଫ ହୋଇଛନ୍ତି । ତିନି ଜଣ ହେଲେ ସୁକାନ୍ତ ମହାରଣା, ସୌମ୍ୟ ପ୍ରିୟଦର୍ଶିନୀ ଓ ଅଭିମନ୍ୟୁ ଦୋରା । ତେବେ ଅଭିଯୁକ୍ତଙ୍କୁ ସୁରକ୍ଷା ଯୋଗାଇ ଦେଉଥିଲା ଦଶପଲ୍ଲାର ଅଭିମନ୍ୟୁ ଦୋରା । ସୌମ୍ୟା ପ୍ରିୟଦର୍ଶିନୀ ପରୀକ୍ଷାର୍ଥୀ ଯୋଗାଡ କରିବା ସହ ସହଯୋଗୀ ଭାବେ କାମ କରି ପ୍ରମାଣ ନଷ୍ଟ କରୁଥିଲେ ।

ଦୀଘା ଓ ହାଇଦ୍ରାବାଦରେ ମଡ୍ୟୁଲର ହେଉଥିଲା ସମସ୍ତ ସ୍କାମ୍‍ ପ୍ଲାନ୍‍ । ହାଇଦ୍ରାବାଦ ପରେ ଦୀଘା ମଡ୍ୟୁଲ ପାଇଁ ଯାଇଥାନ୍ତେ ପରୀକ୍ଷାର୍ଥୀ । ୧୧୦ଜଣ ପରୀକ୍ଷାର୍ଥୀଙ୍କ ଲାଗି ଦୀଘାରେୀ ରୁମ୍‍ ବୁକ୍‍ ହୋଇଥିଲା । ଦୀଘା ମଡ୍ୟୁଲର ନେତୃତ୍ୱ ନେଉଥିବା ଅରବିନ୍ଦ ଦାସ ପୂର୍ବରୁ ଗିରଫ ହୋଇଛନ୍ତି । ଅରବିନ୍ଦଙ୍କ ଘର ବାଳେଶ୍ୱରରେ ହୋଇଥିବା ବେଳେ ସୌମ୍ୟାଙ୍କ ଘର ଢେଙ୍କାନାଳ ଜିଲାରେ । ଦୁର୍ନୀତିର ମୁଖ୍ୟ ଶଙ୍କର ପୃଷ୍ଟିକୁ ରିପୋର୍ଟ କରୁଥିଲା ମୁନା ମହାନ୍ତି । ଏହି ୪ଜଣଙ୍କୁ ମିଶାଇ ମୋଟ ୧୨୧ଜଣଙ୍କ ପୁଲିସ ଗିରଫ କରିସାରିଲାଣି । ଏହି ମାମଲରେ ନୟାଗଡ ଜିଲା ଦଶପଲ୍ଲାରୁ ୪ଟି ଦାମୀ ଗାଡି ଜବତ କରାଯାଇଥିବା କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇଛନ୍ତି ।

- Advertisement -

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories