www.samajalive.in
Tuesday, December 9, 2025
15.1 C
Bhubaneswar

ହାଇଦରାବାଦରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା

ଖଣ୍ଡଗିରି,: ହାଇଦରାବାଦରେ କାମ କରୁଥିବା ଜଣେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଭରତପୁର ଥାନାରେ ଅଭିଯୋଗ ହୋଇଛି। ଉକ୍ତ ମହିଳା ଭରତପୁର ପାଣି ଟାଙ୍କି ନିକଟରେ ରହୁଥିଲେ। ମହିଳା ଓ ତାଙ୍କ ସ୍ବାମୀ ହାଇଦରାବାଦର ଏକ ଘରୋଇ କମ୍ପାନୀରେ କାମ କରନ୍ତି। ସ୍ବାମୀ ନଥିବାବେଳେ ତାଙ୍କ କମ୍ପାନୀର ଜଣେ ଦୁର୍ବୃତ୍ତ ଘରେ ପଶି ଦୁଷ୍କର୍ମ କରିବା ସହ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ମହିଳାଙ୍କ ମା’ ଅଭିଯୋଗରେ ଦର୍ଶାଇଛନ୍ତି। ଏହାସହ ତାଙ୍କ ଝିଅର ମରଶରୀର କିପରି ଓଡ଼ିଶାକୁ ଆସିବ, ସେନେଇ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ସ୍ବାମୀଙ୍କ ସହ ମହିଳା ୬ ମାସ ହେବ ହାଇଦରାବାଦରେ ରହୁଥିଲେ। ସ୍ବାମୀ ଓ ସ୍ତ୍ରୀ ଗୋଟିଏ ସଂସ୍ଥାରେ କାମ କରୁଥିଲେ। ତାଙ୍କର ଗୋଟିଏ ୪ ବର୍ଷର ପୁଅ ମଧ୍ୟ ଅଛି। ଗତ ୧୧ ତାରିଖରେ ପାସପୋର୍ଟ କରିବା ପାଇଁ ସ୍ବାମୀ ତାଙ୍କ ପୁଅକୁ ସାଙ୍ଗରେ ନେଇ ଭୁବନେଶ୍ୱର ଚାଲି ଆସିଥିଲେ। ହାଇଦରାବାଦରେ ନେଇଥିବା ଘରେ ମହିଳା ଏକୁଟିଆ ଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ସେହି କମ୍ପାନୀରେ କାମ କରୁଥିବା ଜଣେ କର୍ମଚାରୀ ତାଙ୍କ ଘରକୁ ଯାଇଥିଲେ। ସେଠାରେ କେହି ନଥିବା ସୁଯୋଗ ନେଇ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ତଣ୍ଟିଚିପି ହତ୍ୟା କରିଥିଲା। ଏନେଇ ମହିଳାଙ୍କ ପଡ଼ୋଶୀ ହାଇଦରାବାଦ ପୁଲିସକୁ ଜଣାଇଥିଲେ। ପୁଲିସ ମୃତଦେହ ଜବତ କରିବା ପରେ ଗୁରୁବାର ତାଙ୍କ ପରିବାରକୁ ଜଣାଇଥିଲା। ପରିବାରଲୋକ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories