www.samajalive.in
Sunday, December 7, 2025
26.1 C
Bhubaneswar

ନୂଆପଡ଼ା ଖୁଣ୍ଟିଆ ଭବନରେ ଜାତୀୟ କଂଗ୍ରେସର ମିଶ୍ରଣ ପର୍ବ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ମହକୁମା ଖୁଣ୍ଟିଆ ଭବନରେ ଜାତୀୟ କଂଗ୍ରେସର ଏକ ମିଶ୍ରଣ ପର୍ବ ଗୁରୁବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏହି ମିଶ୍ରଣ ପର୍ବରେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ରାଷ୍ଟ୍ରୀୟ ପ୍ରବକ୍ତା ଡ଼ ହମିଦ ହୁସେନ, ଜିଲ୍ଲା ପରିଷଦ ସଦସ୍ୟ ଭାରତ ଲାଲ ରାଉତ, ଦଳୀୟ ନେତା ଟଙ୍କଧର ସାହୁ, ଅଭିଷେକ ସେଠ୍‌, ରାଉରକେଲାର ପୂର୍ବତନ ଜିଲ୍ଲା ସଭାପତି ଜ୍ଞାନେନ୍ଦ୍ର, କଂଗ୍ରେସ ନେତା ଅଙ୍କିତ ସିଙ୍ଘାଇ, ମହେଶ ନିଆଲ୍, ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ନୂଆପଡ଼ା ବିଜୁ ଜନତା ଦଳ ସଂପାଦକ ସୁଧୀର ମିଶ୍ର ୟଙ୍କ ଘର ବାହୁଡା଼ ହୋଇଛି। ତାଙ୍କ ସହ ବହୁ ସମର୍ଥକ କଂଗ୍ରେସରେ ଯୋଗଦେଇଛନ୍ତି। ନୂଆପଡ଼ା ଉପନିର୍ବାଚନ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ ସମସ୍ତଙ୍କୁ ସ୍ଵାଗତ କରିଥିଲେ। କାର୍ଯ୍ୟକ୍ରମକୁ ଯୁବ ନେତା ରବି ମଙ୍ଗରାଜ ପରିଚାଳନା କରିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories