www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ଵକପରୁ ପାକିସ୍ତାନକୁ ବାସନ୍ଦ କରିବାକୁ ବିସିସିଆଇର ଆବେଦନ ଖାରଜ କଲା ଆଇସିସି

ନୂଆଦିଲ୍ଲୀ: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରକୁ ଆଗାମୀ କ୍ରିକେଟ ବିଶ୍ଵକପରୁ ବାସନ୍ଦ କରିବାକୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ(ବିସିସିଆଇ) ଯେଉଁ ଆବେଦନ କରିଥିଲା ତାହାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଖାରଜ କରିଦେଇଛି। ଏଭଳି ପ୍ରସଙ୍ଗରେ ତା’ର କୌଣସି ଭୂମିକା ନାହିଁ ବୋଲି ଆଇସିସି କହିଛି।

ପୁଲୱାମା ଆକ୍ରମଣରେ ୪୦ ଭାରତୀୟ ଯବାନ ସହିଦ ହେବା ପରେ ବିସିସିଆଇ ଆଇସିସିକୁ ଏକ ପତ୍ର ଲେଖି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ ସହିତ ସମ୍ପର୍କ ତୁଟାଇବାକୁ ନିବେଦନ କରିଥିଲା। ଏହାର ଜବାବରେ ଆଇସିସି ଅଧ୍ୟକ୍ଷ କହିଛନ୍ତି ଯେ, କୌଣସି ଦେଶକୁ ବାସନ୍ଦ କରିବାର ନିଷ୍ପତ୍ତି ସରକାରୀ ସ୍ତରରେ ହୋଇଥାଏ। ଏ ସମ୍ପର୍କରେ ନିଷ୍ପତ୍ତି ନେବାରେ ଆଇସିସିରେ କୌଣସି ନିୟମ ନାହିଁ।

- Advertisement -

ଅମର ଉଜାଲା  ସୂତ୍ର ଅନୁଯାୟୀ ବିସିସିଆଇର ଜଣେ ଅଧିକାର ନାମ ଗୋପନ ରଖି କହିଛନ୍ତି, ଏଭଳି କିଛି ହେବାର କୌଣସି ସମ୍ଭାବନା ନ ଥିଲା। ବିସିସିଆଇ ଏହା ଜାଣିଥିଲା। କିନ୍ତୁ ପୁଲୱାମା ଆକ୍ରମଣ ପରେ ବିସିସିଆଇକୁ ଗୋଟିଏ ସୁଯୋଗ ମିଳିଥିଲା। ତେବେ ବିସିସିଆଇ ଚିଠିରେ ପାକିସ୍ତାନର ନାମ ଉଲ୍ଲେଖ କରି ନ ଥିଲା। ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶକୁ ପ୍ରସଙ୍ଗ କରି ଏହି ଚିଠି ଲେଖିଥିଲା। ଏହି ମାମଲାରେ ଆଇସିସି ବୋର୍ଡ ବୈଠକରେ ଆଲୋଚନା ହୋଇଥିଲା, କିନ୍ତୁ ଅଧିକ ସମୟ ଦିଆଯାଇ ନ ଥିଲା। ବୈଠକରେ ବିସିସିଆଇ ପକ୍ଷରୁ କାର୍ଯ୍ୟକାରୀ ସଚିବ ଅମିତାଭ ଚୌଧୁରୀ ବୈଠକରେ ପ୍ରତିନିଧିତ୍ଵ କରିଥିଲେ।

ବୋର୍ଡ ଅଧିକାରୀମାନେ କହିଥିଲେ ​‌​‌ଯେ, ଆଇସିସିର ଅନେକ ସଦସ୍ୟ ରାଷ୍ଟ୍ରର ଖେଳାଳୀ ପାକିସ୍ତାନ ସୁପର ଲିଗରେ ଖେଳୁଛନ୍ତି। ସେମାନେ କେବେ ଏଭଳି ପ୍ରସଙ୍ଗ ଉଠାଇ ନାହାନ୍ତି। ତେବେ ସୁରକ୍ଷା ବ୍ୟବସ୍ଥା ଚିନ୍ତାର ବିଷୟ। ଏହା ଉପରେ ଗୁରୁତ୍ଵ ଦେବା ଜରୁରୀ।

ସୂଚନାଯୋଗ୍ୟ, ୨୦୧୯ ବିଶ୍ଵକପରେ ପାକିସ୍ତାନ ବିରୋଧରେ ଭାରତ ମ୍ୟାଚ ଖେଳିବାର ଅଛି। କିନ୍ତୁ ପୁଲୱାମା ଆକ୍ରମଣ ପରେ ଏହି ମ୍ୟାଚକୁ ଭାରତ ବାଦ୍‌ ଦେବା ଲାଗି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ କ୍ରିକେଟର ସଞ୍ଚାଳନ କରୁଥିବା ପ୍ରଶାସକ କମିଟି ଏ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନେଇନାହିଁ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories