www.samajalive.in
Wednesday, December 10, 2025
15.1 C
Bhubaneswar

୨୦ରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କରିବେ ନାମାଙ୍କନ

ଭୁବନେଶ୍ୱର:  ନୂଆପଡା ଉପନିର୍ବାଚନ ରାଜନୀତି ସରଗରମ । ଆସନ୍ତା ୨୦ତାରିଖରେ ନାମାଙ୍କନ ଶେଷ ତାରିଖ ରହିଥିବା ବେଳେ ସେହିଦିନ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ । ନୂଆପଡାରେ ଅନେକ ଆଶାୟୀ ଥିବା ବେଳେ ବିଜେଡି ସ୍ନେହାଙ୍ଗିନୀ ଛରିଆଙ୍କୁ ପ୍ରାର୍ଥୀ କରିଛି । ନାମାଙ୍କନର ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିବେ ସ୍ନେହାଙ୍ଗିନୀ ।
ପୂର୍ବରୁ ବରଗଡ଼ ଜିଲା ଅତାବିରା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ନିର୍ବାଚନରେ ବିଜୟ ହୋଇ ନବୀନଙ୍କ ମନ୍ତ୍ରିମଣ୍ଡଳରେ କାର୍ଯ୍ୟ କରିଥିଲେ ସେ । ଦଳ ଏଥର ଊପନିର୍ବାଚନରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଛି । ସ୍ନେହାଙ୍ଗିନୀ ନୂଆପଡାରେ ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ଦାୟିତ୍ୱ ତୁଲାଥିଲେ । ସବୁଠାରୁ ବଡ କଥା ହେଉଛି ନୂଆପଡା ହେଉଛି ତାଙ୍କ ମୁାମୁଁଙ୍କ ଘର । ଏଠାରେ ସେ ଅନେକ ସମୟ ବିତାଇବା ସହ ଲୋକଙ୍କୁ ଭଲ ଭାବରେ ଜାଣିଛନ୍ତି । ତେବେ ସ୍ନେହାଙ୍ଗିନୀଙ୍କ ପାଇଁ ବିଜେଡ଼ି ସଭାପତି ପ୍ରଚାର ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି କୁହାଯାଉଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories