www.samajalive.in
Sunday, December 7, 2025
26.1 C
Bhubaneswar

ଚନ୍ଦକାରୁ ପୁଣି ଫେରିଲେ ହାତୀପଲ, ଚିନ୍ତାରେ ଚାଷୀ

ଆଠଗଡ: ଆଠଗଡ ବନାଞ୍ଚଳକୁ ପ୍ରାୟ ୨୫ ଦିନର ବ୍ୟବଧାନ ପରେ ଚନ୍ଦକାରୁ ଫେରିଛନ୍ତି ୧୭ଟିକିଆ ହାତୀପଲ। ଆଠଗଡ ବନାଞ୍ଚଳରେ ୧ମାସରୁ ଊର୍ଦ୍ଧ୍ବ ସମୟ ରହିବା ପରେ ପ୍ରାୟ ୨୫ ଦିନ ପୂର୍ବରୁ ୨୦ଟି ହାତୀ ମହାନଦୀ ପାର ହୋଇ ଡମପଡା ସଂରକ୍ଷିତ ଜଙ୍ଗଲ ଦେଇ ଚନ୍ଦକା ଫେରିଥିଲେ । ଗତକାଲି (ସୋମବାର) ବିଳମ୍ବିତ ରାତିରେ ପୁଣି ୧୭ ଟିକିଆ ହାତୀପଲ ଅନୁରୂପ ଭାବେ ମହାନଦୀ ପାର ହୋଇ ଆଠଗଡ ବନାଞ୍ଚଳ ଅନ୍ତର୍ଗତ ସୁକାଶନ ସଂରକ୍ଷିତ ଜଙ୍ଗଲକୁ ଫେରିଛନ୍ତି । ଏହା ଜଣାପଡିବା ପରେ ବନବିଭାଗର ନିଦ ହଜି ଯାଇଥିବାବେଳେ ଚାଷୀକୂଳକୁ ଫସଲ ବଞ୍ଚାଇବା ଚିନ୍ତା ଘାରିଛି।

ଏବେ ଧାନ କିଆରୀରେ ଫୁଲ ଓ କେଣ୍ଡା ଧରିଥିବା ବେଳେ ପରିବା ଫସଲ ହାତୀ ମୁହଁରୁ କିପରି ବଞ୍ଚାଇବେ ତାକୁ ନେଇ ରାଜନଗର, ବେଣ୍ଟପଦା, ମେଘା, କଟକିଆସାହି, ଯୋରନ୍ଦା, ତରଡିଙ୍ଗ,  ହାକାଳବସ୍ତ, ଘଣ୍ଟିଖାଲ ଏବଂ ଅନ୍ୟ ନଦୀକୂଳ ଓ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳ ଚାଷୀ ଚିନ୍ତାରେ ରହିଛନ୍ତି । ଚନ୍ଦକାରୁ ଆସିଥିବା ହାତୀପଲ ସନ୍ଧ୍ୟାରେ ଆଠଗଡ-ମୁଣ୍ଡଳି ରାସ୍ତାର ଡାଳଖାଇ ମନ୍ଦିର ନିକଟରେ ମୁଖ୍ୟ ରାସ୍ତା ପାର ହୋଇ ରାଜନଗର, ବେଣ୍ଟପଦା ଓ ମହାକାଳବସ୍ତ ଆଡକୁ ଯାଇଥିବା ଦେଖାଯାଇଛି। ହାତୀପଲ୍ଲ ରାସ୍ତା ପାର ହେବା ବେଳେ ବନ କର୍ମଚାରୀ ଉପସ୍ଥିତ ରହି ରାସ୍ତାର ଉଭୟ ପାର୍ଶ୍ବରେ ଗାଡିମୋଟର ଚଳାଚଳ କିଛି ସମୟ ପାଇଁ ବନ୍ଦ ରଖିଥିଲେ। ଚନ୍ଦକାରୁ ଗତକାଲି ଆସିଥିବା ହାତୀପଲଙ୍କ ମଧ୍ୟରେ ୭ଟି ମାଈ, ଦୁଇଟି ଦନ୍ତା, ୮ଟି ଛୁଆ ଏବଂ ୩ଟି ମଖନା ହାତୀ ରହିଥିବା ବନବିଭାଗ ସୂତ୍ରରୁ ପ୍ରକାଶ।  ଅନ୍ୟପକ୍ଷରେ ଗତ ଦୁଇଦିନ ହେବ ତିଗିରିଆ ଜଙ୍ଗଲ ଅଞ୍ଚଳରୁ ଆଉ ଦୁଇଟି ହାତୀ ଆଠଗଡର ମହାକାଳବସ୍ତ ଓ ଘଣ୍ଟିଖାଲ ଅଞ୍ଚଳକୁ ଆସି ଧାନ କ୍ଷେତରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡିଛି । ଭାରପ୍ରାପ୍ତ ଡିଏଫଓ ଚିଚିଲିଚି ବିଶ୍ୱାଳଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ ବନାଞ୍ଚଳ କର୍ମଚାରୀ ହାତୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ସହ ସେମାନଙ୍କ ଚଳପ୍ରଚଳକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

- Advertisement -

ରେଞ୍ଜର ସୁଷମା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବନପାଳ ଆଶିଷ ନାୟକ,  ସୁଶୀଲ କୁମାର ଜେନା, ବନରକ୍ଷୀ ପ୍ରଶାନ୍ତ କୁମାର ବେହେରା, ପ୍ରିୟମ୍ବଦା ମହାନ୍ତି, ଝୁନୁଲତା ବେହେରା ଏବଂ ବହୁ ସଂଖ୍ୟକ ହାତୀ ଜଗୁଆଳି ଏହି ହାତୀମାନଙ୍କ ଗତିବିଧି ଓ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories