www.samajalive.in
Sunday, December 7, 2025
26.1 C
Bhubaneswar

ରାଇସ ମିଲରେ ସାପ କାମୁଡ଼ାରେ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଉତ୍ତେଜନା

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ସରଣ୍ଡା ଛକ ନିକଟ ଜାତୀୟ ରାଜପଥ ୫୩ କଡରେ ଥିବା ସମଲେଶ୍ବରୀ ରାଇସମିଲ ଭିତରେ କାମ କରୁଥିବା ଜଣେ ଶ୍ରମିକ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ମୃତ ଶ୍ରମିକ ହେଲେ ରାଜେଶ ରୋହିଦାସ।

ସୂଚନାଯୋଗ୍ୟ, ରାଜେଶ ରାଇସ ମିଲରେ କାମ କରୁଥିବା ସମୟରେ ହଠାତ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ମିଲ ଭିତର ପରିବେଶ  ଆବର୍ଜନାମୟ ହୋଇଥିବାରୁ ଭିତରକୁ ସାପଟି ପଶି ଯାଇଥିଲା ବୋଲି ଶ୍ରମିକ ମାନେ ପ୍ରକାଶ କରିଛନ୍ତି। ସାପ କାମୁଡ଼ିବା ପରେ ରାଜେଶଙ୍କ ଅବସ୍ଥା ତୁରନ୍ତ ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ହୋଇ ରାଇସମିଲ ସମ୍ମୁଖରେ ପହଞ୍ଚିବା ପରେ କ୍ଷତିପୂରଣ ପୂରଣ ଯୋଗାଇଦେବା ପାଇଁ ଅନ୍ୟ ଶ୍ରମିକମାନେ ଦାବି କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

- Advertisement -

ଖବରପାଇ ଅତାବିରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏହି ସମୟରେ ଦେଖିବାକୁ ମିଳିଥିଲା ଯେ ରାଇସମିଲ ଭିତରେ ଓ ବାହାରେ ଆବର୍ଜନା ପଡି ରହିଛି। ଯଦ୍ୱାରା ଏହା ମଶା ମାଛି ତଥା ବିଷାକ୍ତ ସରୀସୃପମାନଙ୍କର ଆଶ୍ରୟସ୍ଥଳୀ ପାଲଟିଛି। ବିଭାଗୀୟ ଅଧିକାରୀ ଓ ମାଲିକମାନେ ଏସବୁକୁ ଠିକ ଭାବେ ଦୃଷ୍ଟି ଦେଉ ନ ଥିବାରୁ ଏଭଳି ଘଟଣା ଘଟୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ରାଜେଶଙ୍କର ୧୩ ବର୍ଷର ଝିଅ ଓ ୧୧ ବର୍ଷର ପୁଅ ସହିତ ସ୍ତ୍ରୀ ଦସବନ୍ତି ଓ ବୃଦ୍ଧା ମା’ ରହିଛନ୍ତି। ତାଙ୍କ ପରିବାରକୁ କ୍ଷତିପୂରର ଦେବାକୁ ଦାବି ହୋଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories