www.samajalive.in
Sunday, December 7, 2025
26.1 C
Bhubaneswar

ଛାତ୍ରାବାସର ବର୍ଦ୍ଧିତ ଫି’ ହ୍ରାସ ଦାବିରେ ଧାରଣା ଦେଲେ ଛାତ୍ରଛାତ୍ରୀ

ଗୋପାଳପୁର: ଛାତ୍ରାବାସର ବର୍ଦ୍ଧିତ ଫି’ ହ୍ରାସ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ମଙ୍ଗଳବାର ପ୍ରଶାସନିକ କୋଠା ସମ୍ମୁଖରେ ଧାରଣା ଦେଇ ଫି’ ବୃଦ୍ଧିର ପ୍ରତିବାଦ କରିଥିଲେ। ଶେଷରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ୧୫ ଦିନ ମଧ୍ୟରେ ଫି’ କମାଇବା ନିମନ୍ତେ ସିଣ୍ଡିକେଟ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ଏବଂ ଏଥି ନିମନ୍ତେ ସମୟ ଦରକାର ବୋଲି କୁହାଯିବା ପରେ ବିଦ୍ୟାର୍ଥୀମାନେ ବିକ୍ଷୋଭରୁ ଓହରିଥିଲେ।

ଓଡିଶାର ଅନ୍ୟ ବିଶ୍ବବିଦ୍ୟାଳୟ ତୁଳନାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ହଷ୍ଟେଲରେ ରହୁଥିବା ବିଦ୍ୟାର୍ଥୀମାନଙ୍କଠାରୁ ଅଧିକ ଫି (୧୦,୦୦୦ ଟଙ୍କାରୁ ଅଧିକ) ଆଦାୟ କରାଯାଉଛି। କିନ୍ତୁ ଉପଯୁକ୍ତ ସୁବିଧା ଦିଆଯାଉ ନାହିଁ। ଅଧିକାଂଶ ହଷ୍ଟେଲର କାନ୍ଥ ଫାଟି ଆଁ କରିଥିବା ବେଳେ  ଛାତରୁ ସିମେଣ୍ଟ ଅତଡ଼ା ଖସିପଡ଼ିଛି। ହଷ୍ଟେଲ ର ଗୋଟେ ଗୋଟେ ରୁମରେ ଏକାଧିକ ଛାତ୍ରଛାତ୍ରୀ ରହୁଛନ୍ତି । ଗୋଟିଏ ରୁମରେ ଗୋଟିଏ ଫ୍ୟାନ ଓ  ଲାଇଟ ପାଇଁ ଜଣପିଛା  ମାସିକ  ୨୦୦ ଟଙ୍କା ବିଦ୍ୟୁତ ଦେୟ ଆଦାୟ କରାଯାଉଛି। ଛାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଚିଲିକା ହଷ୍ଟେଲରେ ବହୁ ସମୟରେ ପାଣିର ଅଭାବ ଦେଖିବାକୁ ମିଳିବା ସହ ଅନେକ ହଷ୍ଟେଲରେ ଉତ୍ତମ ପାନୀୟ ଜଳର ସୁବ୍ୟବସ୍ଥା ନାହିଁ। ହଷ୍ଟେଲରେ ଥିବା ଲକ୍ଷାଧିକ ଟଙ୍କାର ଜିମ୍ନାଷ୍ଟିକ୍ସ ଜିନିଷ ଖତ ଖାଉଥିବା ବେଳେ ସେଗୁଡ଼ିକର ରକ୍ଷଣାବେକ୍ଷଣ ହେଉ ନ ଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।

- Advertisement -

ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି। ସେମାନେ କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଦାବିପତ୍ର ପ୍ରଦାନ ବେଳେ ଛାତ୍ରନେତା ଇଜୁ ଆମିନ ଖାନ, ବାଲ୍ମୀକି ସେଠୀ, ସୁଦର୍ଶନ ମଲ୍ଲିକ, ମନିଷା କହଁର, ଆଫିଆ ଖାନୁମ୍, ଗୋବିନ୍ଦ ତ୍ରିପାଠୀ, ସିପୁନ ପ୍ରଧାନ, ବିଭୁ ପ୍ରସାଦ, ଶିବାନୀ ପାଟ୍ଟୀ , ଏନ୍ କାମରଜୁ ପାତ୍ର , ସନ୍ତୋଷ ବେହେରା ଓ ସୁବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories