www.samajalive.in
Sunday, December 7, 2025
23.1 C
Bhubaneswar

ବୈଭବ ସୂର୍ଯ୍ୟବଂଶୀ ଉପଅଧିନାୟକ ନିଯୁକ୍ତ

ପାଟନା: ଘରୋଇ କ୍ରିକେଟ୍‌‌ର ସବୁଠାରୁ ବଡ଼ ପ୍ରତିଯୋଗିତା ରଣଜୀ ଟ୍ରଫି ୧୫ରୁ ଆରମ୍ଭ ହେବ। ଏଥିଲାଗି ସାକିବୁଲ୍‌ ଗାନିଙ୍କ ନେତୃତ୍ବାଧୀନ ୧୫ ଜଣିଆ ବିହାର ଦଳ ଘୋଷଣା କରାଯାଇଛି। ୧୪ ବର୍ଷ ବୟସ୍କ ଯୁବ ବ୍ୟାଟିଂ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଛି। ପ୍ଲେଟ୍‌‌ ଡିଭିଜନରେ ସ୍ଥାନ ପାଇଥିବା ବିହାର ୧୫ରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ।

୨୦୨୩-୨୪ ଋତୁରେ ମାତ୍ର ୧୨ ବର୍ଷ ବୟସରେ ସୂର୍ଯ୍ୟବଂଶୀ ରଣଜୀ ଟ୍ରଫିରେ ପଦାର୍ପଣ କରିଥିଲେ। ରଣଜୀ ଟ୍ରଫି ଖେଳିବାରେ ସେ ସର୍ବକନିଷ୍ଠ ଭାରତୀୟ ଖେଳାଳି ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ସେ ୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌‌ ଖେଳି ମୋଟ ୧୦୦ ରନ୍‌ କରିଛନ୍ତି। ତେବେ କନିଷ୍ଠ ଆନ୍ତର୍ଜାତିକ କ୍ରିକେଟ୍‌​‌େ​‌ର ସୂର୍ଯ୍ୟବଂଶୀ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ୧୯ ବର୍ଷରୁ କମ୍ ଦଳ ପାଇଁ ସୂର୍ଯ୍ୟବଂଶୀ ପ୍ରଥମ ୪-ଦିନିଆ ମ୍ୟାଚ୍‌ରେ ୭୮ ବଲ୍‌ରୁ ଶତକ ହାସଲ କରିଥିଲେ। ପୂର୍ବରୁ ଇଂଲଣ୍ଡ ଗସ୍ତରେ ଯୁବ ଦିନିକିଆ ମ୍ୟାଚ୍‌ରେ ସୂର୍ଯ୍ୟବଂଶୀ ୧୪୩ ରନ୍‌ କରିଥିଲେ। ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍‌ସ ପାଇଁ ମାତ୍ର ୩୮ ବଲ୍‌ରୁ ସୂର୍ଯ୍ୟବଂଶୀ ୧୦୧ ରନ୍‌ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories