www.samajalive.in
Tuesday, December 9, 2025
23.1 C
Bhubaneswar

ଭାରତ ୨-୦ରେ ଟେଷ୍ଟ ଶୃଙ୍ଖଳା ପୋଛିଲା

ନୂଆଦିଲ୍ଲୀ: ଆଶା ଅନୁସାରେ ଘରୋଇ ଭାରତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଟେଷ୍ଟକୁ ଜିତିନେଇଛି। ମଙ୍ଗଳବାର ପଞ୍ଚମ ତଥା ଅନ୍ତିମ ଦିନରେ ୭ ୱିକେଟ୍‌ରେ ଜିତିବା ପାଇଁ ଭାରତ ପ୍ରାୟ ୧ ଘଣ୍ଟା ନେଇଥିଲା। ତୃତୀୟ ଦିନରେ ଭାରତ ଆଉ ୨ଟି ୱିକେଟ୍‌ ହରାଇ ୧୨୧ ରନ୍‌ର ବିଜୟଲକ୍ଷ୍ୟ ହାସଲ କରିଥିଲା। ଦ୍ବିତୀୟ ଇନିଂସରେ ଭାରତକୁ ୧୨୧ ରନ୍‌ର ବିଜୟଲକ୍ଷ୍ୟ ମିଳିଥିବା ବେଳେ ୪ର୍ଥ ଦିନ ଶେଷରେ ଘରୋଇ ଦଳ ୧ ୱିକେଟ୍‌ରେ ୬୩ ରନ୍‌ କରିଥିଲା। ଶେଷ ଦିନ​‌େ​‌ର ଭାରତ ବାକି ୫୮ ରନ୍‌ ସଂଗ୍ରହକରି ୭ ୱିକେଟ୍‌ରେ ଜିତିଥିଲା। ଏହାସହ ଭାରତ ୨-୦ରେ ଟେଷ୍ଟ ଶୃଙ୍ଖଳାକୁ ପୋଛିନେଇଛି। ପୁଣି ଅଧିନାୟକ ଭାବେ ଶୁଭମନ ଗିଲ୍‌ ଘରୋଇ ମାଟିରେ ପଦାର୍ପଣରେ ଟେଷ୍ଟ ଶୃଙ୍ଖଳା ଜିତି ପାରିଛନ୍ତି।

ପ୍ରଥମ ଟେଷ୍ଟକୁ ଅଢ଼େଇ ଦିନରେ ହାରିବା ପରେ ଆଶା ଥିଲା ଯେ ଦ୍ବିତୀୟ ଟେଷ୍ଟରେ ମଧ୍ୟ ଅନୁରୂପ ଫଳାଫଳ ମିଳିବ। ହେଲେ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟ୍‌ସମ୍ୟାନ ଲଢ଼ୁଆ ପ୍ରଦର୍ଶନ କରି ଉଭୟ ଇନିଂସକୁ ମିଶାଇ ୨୦୦ରୁ ଅଧିକ ଓଭର ଖେଳିବାରୁ ମ୍ୟାଚ୍‌ ୫ମ ଦିନକୁ ଯାଇଥିଲା। ଜନ୍‌ କ୍ୟାମ୍ପବେଲ୍‌ ଓ ସୈ ହୋପ୍‌ ଶତକ ମାରିବାରୁ ଭାରତକୁ ୨ୟ ଇନିଂସରେ ୧୨୧ ରନ୍‌ ବିଜୟଲକ୍ଷ୍ୟ ମିଳିଥିଲା। ୪ର୍ଥ ଦିନର ସ୍କୋର୍‌ ୧/୬୩ରୁ ଭାରତ ପଞ୍ଚମ ଦିନର ଖେଳ ଆରମ୍ଭ କରିଥିଲା। ଗୋଟିଏ ପଟେ ଓପ୍‌ନର କେ.ଏଲ୍‌. ରାହୁଲ ଅର୍ଦ୍ଧଶତକ ହାସଲକରି ଶେଷ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ। ୨ୟ ୱିକେଟ୍‌ ପାଇଁ ରାହୁଲ ଓ ସାଇ ସୁଦର୍ଶନ ୭୯ ରନ୍‌ ଯୋଡ଼ି ଦଳର ବିଜୟ ନିଶ୍ଚିତ କରିଥିଲେ। ସାଇ ସୁଦର୍ଶନ ୫ଟି ଚୌକା ସହ ୩୯ ରନ୍‌କରି ଆଉଟ୍‌ ହୋଇଥିଲେ। ଅଧିନାୟକ ଶୁଭମନ ଗିଲ୍‌ ଉଚ୍ଚା ସଟ୍‌ ମାରି ଆଉଟ୍‌ ହୋଇଥିଲେ। ଗିଲ୍‌ ୧୫ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୩ ରନ୍‌ କରିଥିଲେ। ରାହୁଲ ୧୦୮ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୫୮ ରନ୍‌କରି ଅପରାଜିତ ଥିଲେ। ଧ୍ରୁବ ଜୁରେଲ ୬ ରନ୍‌କରି ଅପରାଜିତ ଥିଲେ। ଅଧିନାୟକ ରୋଷ୍ଟନ୍ ଚେଜ୍‌ ୨ଟି ୱିକେଟ୍‌ ନେଇଥିଲେ। ମ୍ୟାଚ୍‌ରେ ୮ଟି ୱିକେଟ୍‌ ନେଇଥିବା କୁଲଦୀପ ଯାଦବ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଏବଂ ୧୦୪ ରନ୍‌ କରିବା ସହ ମୋଟ ୮ଟି ୱିକେଟ ନେଇଥିଲେ ରବୀନ୍ଦ୍ର ଜାଡ଼େଜା ପ୍ଲେୟର ଅଫ୍ ଦି ସିରିଜ୍‌ ହୋଇଥିଲେ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories