www.samajalive.in
Sunday, December 7, 2025
26.1 C
Bhubaneswar

ବାହ୍ୟ ସୁନ୍ଦରତା ଓ ଆତ୍ମସମ୍ମାନ

ଆଜିର ଯୁଗରେ ଯୁବପିଢ଼ି ନିଜ ଭବିଷ୍ୟତ ଗଠନ ଠାରୁ ଅଧିକ ଚିନ୍ତିତ କିଭଳି ଦେଖାଯାଉଛନ୍ତି। ଅଧିକ ମୋଟା ଦେଖାଯାଉଛି କି ? ତ୍ବଚା କିଭଳି ଅଧିକ ଉଜ୍ବଳ ଦେଖାଯିବି? ଅନ୍ୟ ତୁଳନାରେ କିଭଳି ସୁନ୍ଦର ଦେଖାଯିବି ? ଏଭଳି ଚିନ୍ତାରେ ଆଜିର ଯୁବକ ଯୁବତୀ। ସାମାଜିକ ଗଣମାଧ୍ୟମ ଓ ଫେସନ ଟ୍ରେଣ୍ଡ ଯୁବପିଢ଼ିଙ୍କ ମନୋଭାବକୁ ଅଧିକ ମାତ୍ରାରେ ପ୍ରଭାବିତ କରୁଛି। ଅନେକ ଯୁବକ ଯୁବତୀ ନିଜ ଶାରୀରିକ ଛବିକୁ ଅନ୍ୟମାନଙ୍କ ସହିତ ତୁଳନା କରି ଆତ୍ମସମ୍ମାନ ହରାଉଛନ୍ତି। ତ୍ବଚା ରଙ୍ଗ, ଶରୀରର ଆକୃତି ଓ ବାହ୍ୟ ସୁନ୍ଦରତାକୁ ଅଧିକ ଗୁରୁତ୍ବ ଦେବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଅନିଶ୍ଚିତତା ସୃଷ୍ଟି ହେଉଛି। ଏହି ପରିସ୍ଥିତିରେ ଯୁବପିଢ଼ି ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଗ୍ରହଣ କରିବା, ନିଜ ଶରୀର ପ୍ରତି ସକାରାତ୍ମକ ଭାବନା ରଖିବା ଓ ଆତ୍ମବିଶ୍ବାସ ବଢ଼ାଇବା ଆବଶ୍ୟକ। ନିଜକୁ ଭଲ ପାଇବା ଓ ସ୍ବସ୍ଥ ଜୀବନଶୈଳୀ ଅନୁସରଣ କଲେ ପ୍ରକୃତ ସୁନ୍ଦରତା ଉଦ୍ଭାସିତ ହୋଇପାରିବ। ତେବେ ଆଜିର ଯୁବପିଢ଼ିଙ୍କ କ୍ଷେତ୍ରରେ ନିଜ ଶରୀର ଗଠନ ଓ ଏହାକୁ ନେଇ ଦେଖାଦେଉଥିବା ସମସ୍ୟା ସମାଧାନକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।

ଶରୀର ଗଠନ

- Advertisement -

ଜଣେ ବ୍ୟକ୍ତି ନିଜ ଶରୀରକୁ କେମିତି ଦେଖୁଛନ୍ତି, ଏହାକୁ ନେଇ କଣ ଭାବନ୍ତି ଓ ଅନୁଭବ କରନ୍ତି ତାହାକୁ ଶରୀର ପ୍ରତିଛବି କୁହାଯାଏ। ଯଦି ଜଣେ ବ୍ୟକ୍ତି ନିଜ ଶରୀରକୁ ସ୍ୱୀକାର କରନ୍ତି ଓ ତାହାପ୍ରତି ସକାରାତ୍ମକ ଭାବ ରଖନ୍ତି, ତେବେ ସେଥିରେ ସୁସ୍ଥ ଛବି ପ୍ରକାଶ ପାଏ; କିନ୍ତୁ ଯଦି ଜଣେ ନିଜ ଶରୀର ପ୍ରତି ଅସନ୍ତୋଷ ଅଛନ୍ତି ତେବେ ଏହା ନକାରାତ୍ମକ ଶାରୀରିକ ଛବିକୁ ସୂଚାଏ। ସୋସିଆଲ ମିଡିଆ, ସାଙ୍ଗମାନଙ୍କ ଚାପ ଓ ସାମାଜିକ ସ୍ତରରେ ଏହି ଭାବନା ଅଧିକ ପ୍ରଭାବିତ ହୋଇଥାଏ।

ଶରୀରର କେମିତି ଯତ୍ନ ନେବେ? 
ଠିକ ଖାଦ୍ୟ ଖାଆନ୍ତୁ: ଶରୀରକୁ ସୁସ୍ଥ ରଖିବା ପାଇଁ ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ ଅତ୍ୟନ୍ତ ଆବଶ୍ୟକ। ଫଳ, ସବୁଜ ପନିପରିବା, ଡାଲି ଓ ପାଣି ନିୟମିତ ଗ୍ରହଣ କରନ୍ତୁ।
ନିୟମିତ ବ୍ୟାୟାମ କରନ୍ତୁ: ପ୍ରତିଦିନ କିଛି ସମୟ ଯୋଗ ବା ବ୍ୟାୟାମ କରିବା ଆବଶ୍ୟକ। ଏହା ଦ୍ବାରା ଶରୀର ଓ ମନକୁ ସୁସ୍ଥ ରହେ।
ପର୍ଯ୍ୟାପ୍ତ ଭ୍ରମଣ : ବାହ୍ୟ ଦୁନିଆ ଭ୍ରମଣ କରିବା ଦ୍ବାରା ମନକୁ ଶାନ୍ତି ମିଳେ।
ଯଥେଷ୍ଟ ପାଣି ପିଅନ୍ତୁ: ଶରୀରରେ ପାଣିର ଅଭାବ ହେଲେ ଅନେକ ସମସ୍ୟା ହୋଇପାରେ। ଦିନକୁ କମରେ ୮ ଗିଲାସ୍ ପାଣି ପିଅନ୍ତୁ।
ନିଜକୁ ସ୍ୱଚ୍ଛ ରଖନ୍ତୁ: ନିୟମିତ ସ୍ନାନ କରିବା, ନିୟମିତ ହାତ ଧୋଇବା ଓ ପୋଷାକ ସ୍ୱଚ୍ଛ ରଖିବା ସୁସ୍ଥ ଶରୀର ପାଇଁ ଅତ୍ୟାବଶ୍ୟକ।
ମନସିକ ସ୍ୱାସ୍ଥ୍ୟର ଯତ୍ନ: ମନକୁ ଖୁସି ରଖିବା ପାଇଁ ଧ୍ୟାନ, ସଙ୍ଗୀତ ଓ ପସନ୍ଦର କାମ କରନ୍ତୁ।
ଖରାପ ଅଭ୍ୟାସ ଛାଡନ୍ତୁ: ଧୂମପାନ, ମଦ୍ୟପାନ ଓ ଜଙ୍କ ଫୁଡ଼ ଭଳି ଅଭ୍ୟାସକୁ ଏଡ଼ାଇବା ଶରୀରକୁ ଦୀର୍ଘସ୍ଥାୟୀ ଭାବରେ ସୁସ୍ଥ ରଖେ।
ମନ କଥା କହି ଦିଅନ୍ତୁ
ଯଦି ଆପଣ ନିଜ ଶରୀରର ଆକାର ଓ ଗଠନ ପ୍ରତି ଅସନ୍ତୋଷ ଅଛନ୍ତି  କିମ୍ବା ଆତ୍ମସମ୍ମାନ ହାରାଉଛନ୍ତି, ତେବେ ଏହାକୁ ମନରେ ରଖିବା ଆବଶ୍ୟକ ନାହିଁ। ମନରେ ଯାହା ରହିଛି ତାହାକୁ ଆଉ ଜଣଙ୍କୁ ଭରସା କରି ଯଥା-ପରିବାର, ମିତ୍ର କିମ୍ବା ଶିକ୍ଷକଙ୍କୁ ଜଣାଇବା ଆବଶ୍ୟକ। ଯଦି ଆପଣ ଏଥି ପାଇଁ ବହୁତ ଚିନ୍ତିତ କିମ୍ବା ଦୁଃଖିତ ଅନୁଭବ କରୁଛନ୍ତି, ତେବେ ଏକ କାଉନସିଲର୍‌ କିମ୍ବା ମନୋବିଜ୍ଞାନୀଙ୍କ ସହାୟତା ନିଅନ୍ତୁ। ସେମାନେ ଆପଣଙ୍କୁ ସକାରାତ୍ମକ ଭାବେ ଭାବିବା ଓ ଆତ୍ମବିଶ୍ୱାସ ଫେରାଇ ଆଣିବା ଉପାୟ ଶିଖାଇପାରିବେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories