www.samajalive.in
Sunday, December 7, 2025
26.1 C
Bhubaneswar

ଡିସେମ୍ବର ୨୪ରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼: ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ପାଇଁ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି। ଏହା ଡିସେମ୍ବର ୨୪ରୁ ଆରମ୍ଭ ହୋଇ ଜାନୁଆରୀ ୩ ପର୍ଯ୍ୟନ୍ତ ଚାଲିବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଏହି ସମୟରେ ବରଗଡ଼ ପାଲଟିବ ମଥୁରା ନଗରୀ। ବରଗଡ଼ର ଅମାପାଲି ପାଲଟିବ ଗୋପପୁର। ବରଗଡ଼ ଓ ଅମାପାଲି ମଧ୍ୟରେ ବହି ଯାଇଥିବା ଜୀରା ନଦୀ ଯମୁନା ପାଲଟିବ। ଯମୁନା କୂଳରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳା ଦେଖିବାକୁ ଜମିବ ଗହଳି।

ଚଳିତ ବର୍ଷ ମହାରାଜ କଂସ ଓ ଅନ୍ୟ ଭୂମିକାରେ ଅଭିନୟ ପାଇଁ ନୂତନ କଳାକାର ମନୋନୟନ କରାଯିବାକୁ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରିଣୀ ଓ ଉପଦେଷ୍ଟା ମଣ୍ଡଳୀ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଧନୁଯାତ୍ରା ମହୋତ୍ସବ ସମିତିର ବୈଠକ ଅଧ୍ୟକ୍ଷ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ସୋମବାର ବୈଠକ ଅନୁଷ୍ଠିତ ହୋଇଥିଲା। କଳାକାର ମନୋନୟନ ପାଇଁ ତିନି ବର୍ଷ ଅବଧି ରହିଥିଲା। ଗତ ବର୍ଷ ତାହା ପୂରଣ ହୋଇଥିବାରୁ ଚଳିତ ବର୍ଷ ନୂତନ କଳାକାର ବଛାଯିବ। ପୂର୍ବରୁ କଂସ ଭୂମିକାରେ ଅଭିନୟ କରୁଥିବା ହୃଷୀକେଶ ଭୋଇ ଲାଞ୍ଚ ମାମଲାରେ ଛନ୍ଦି ହୋଇଛନ୍ତି। ଶ୍ରୀ ଭୋଇଙ୍କୁ ମନୋନୟନ ପ୍ରକ୍ରିୟାରୁ ବାଦ ଦେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଗତ ବର୍ଷ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ଭୋଇଙ୍କୁ ବାଦ ଦେବା ପାଇଁ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories