www.samajalive.in
Sunday, December 7, 2025
26.1 C
Bhubaneswar

ନୂଆପଡାରେ କଂଗ୍ରେସ ସ୍ଥିତି ବହୁତ ଭଲ ରହିଛି: ଭକ୍ତ

ସମାଜ ଡିଜିଟାଲ ଡେସ୍କ: ନୂଆପଡ଼ାରେ କଂଗ୍ରେସ ସ୍ଥିତି ବହୁତ ଭଲ ରହିଛି।  ଏଥର ତ୍ରିକୋଣୀୟ ଲଢ଼େଇ ହେବ ନାହିଁ। କଂଗ୍ରେସ ହାତକୁ ଏହି ଆସନ ଯିବ। ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ।

ସେ କହିଛନ୍ତି, ନୂଆପଡ଼ାରେ କଂଗ୍ରେସ ପାର୍ଥୀ ଘାସିରାମ ମାଝୀ ଜଣେ ସାଲିସ ବିହୀନ ସଂଗ୍ରାମୀ। ସେ ସୁଖଦୁଃଖରେ ଲୋକଙ୍କ ସହ ରହିଛନ୍ତି। ପୂର୍ବ ନିର୍ବାଚନରେ ଆମେ ତାଙ୍କୁ ଟିକେଟ ଦେଇପାରି ନ ଥିଲେ। ଏବେ ଆମେ ଭୁଲ ସଂଶୋଧନ କରିବାକୁ ତାଙ୍କୁ ଟିକେଟ ଦେଇଛୁ। ନୂଆପଡ଼ାରେ କଂଗ୍ରେସ ଦଳ ସହ ତାଙ୍କର ମଧ୍ୟ ପକେଟ ଭୋଟ ରହିଛି। ତାହା ଆମକୁ ସହାୟତା ଦେବ ବୋଲି କହିଛନ୍ତି ଭକ୍ତି।

- Advertisement -

ଭକ୍ତ ଆହୁରି କହିଛନ୍ତି ଯେ, ନୂଆପଡ଼ାରେ ବର୍ତ୍ତମାନ ଯେଉଁ ରାଜନୈତିକ ମାହୋଲ ରହିଛି, ଜଣାପଡୁଛି ବିଜେପି ଏବଂ ବିଜେଡି କର୍ମକର୍ତ୍ତାଙ୍କ ଭୋଟ ହିଁ ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରାଇବ। ବିଜେଡି ଭୋଟ ଆମ ପାଖକୁ ଆସିବ। ସେମାନେ ହାର ମାନି ସାରିଲେଣି। ସେଠାରେ ଆଉ ତ୍ରିକୋଣୀୟ ଲଢ଼େଇ ହେବ ନାହିଁ। ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଜୟ ଢୋଲକିଆଙ୍କ ପାଇଁ ଲୋକଙ୍କ ମନରେ ନିଶ୍ଚିତ ସହାନୁଭୂତି ରହିଥିଲା। କିନ୍ତୁ ବିଜେଡି ଛାଡିକି ଜୟ ଢୋଲକିଆ ନିନ୍ଦିତ ହୋଇଛନ୍ତି। ଏବେ ସେହି ସହାନୁଭୂତି ଆଉ ଜୟଙ୍କୁ ମିଳିବ ନାହିଁ। ଜୟ ଢୋଲକିଆଙ୍କର ସ୍ବର୍ଗତ ରାଜେନ୍ଦ୍ର ବାବୁଙ୍କ ସହ କଣ ସମ୍ପର୍କ ତାହା ସେ କହିପାରିବି ନାହିଁ ବୋଲି ଭକ୍ତ କହିଛନ୍ତି। ଆସନ୍ତା ୧୯ ତାରିଖରେ କଂଗ୍ରେସ ପାର୍ଥୀପତ୍ର ଦାଖଲ କରିବ। ସମସ୍ତ ବରିଷ୍ଠ ନେତାଙ୍କ ସହ ବିରାଟ ଶୋଭାଯାତ୍ରାରେ ଯାଇ ଦଳର ପ୍ରାର୍ଥୀ ଘାସିରାମ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ସେ କହିଛନ୍ତି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories