www.samajalive.in
Sunday, December 7, 2025
18.1 C
Bhubaneswar

ଅମିତାଭ @ ୮୩

ନୂଆଦିଲ୍ଲୀ : ବିଜୟ, ବିଗ୍ ବି , ଶେହେନ୍‌ସା ନାଁ ଅନେକ , ଚରିତ୍ର ବି ଅନେକ ହେଲେ ଚେହେରା ଗୋଟିଏ। ଭାରତୀୟ ସିନେମାର ମହାନାୟକ ଶତାଦ୍ଦୀର ଶେହେନସା। ଆଜି ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ଦୀର୍ଘ ଦଶଦ୍ଦି ଧରି ବଲିଉଡ୍ ଏବଂ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଥିବା ବିଗ୍‌ ବିଙ୍କ ଜନ୍ମଦିନକୁ ସାରା ଦେଶ ପାଳନ କରୁଛି। ମୁମ୍ବାଇର ଜଲସା ଘର ଆଗରେ ଅମିତାଭଙ୍କ ଗୋଟିଏ ଝଲକ ପାଇଁ ପ୍ରଶଂସକ ମାନେ ଅପେକ୍ଷା କରିଛନ୍ତି। ଗଲା ୬୦ ବର୍ଷ ଧରି ନିଜର ଅଲଗା ଅଲଗା ଚରିତ୍ରରେ ଅଭିନୟ କରି ଅମିତାଭ ତିଆରି କରିଛନ୍ତି ମାଇଲ୍‌ ଷ୍ଟୋନ୍।

ଆଜି ଜନ୍ମଦିନ ଅବସରରେ ସାରା ବିଶ୍ଵରୁ ଛୁଟୁଛି ଶୁଭେଚ୍ଛା। ଦିନେ ଭିଡ ଭିତରେ ଛିଡା ହୋଇ ବମ୍ବେର ଗଳିରେ କାମ ପାଇଁ ସଂଘର୍ଷ କରୁଥିବା ବ୍ୟକ୍ତି ଆଜି ଦୂରରୁ ପୋଷ୍ଟରରେ ଚିହ୍ନି ହୋଇଯାଉଥିବା ମେଗା ଷ୍ଟାର୍। ବୟସ ତାଙ୍କ ଆଗରେ ଯେମିତି ହାର୍‌ ମାନିଛି। ସମୟ ଯେମିତି ତାଙ୍କ ପାଖରେ ଅଟକି ଯାଇଛି। ଆହ୍ଲାବାଦରେ ହରିବଂଶ ରାୟବଚ୍ଚନ ଙ୍କ ଘରେ ଆଜି ର ଦିନରେ ୧୯୪୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଅମିତାଭ। ଅଲ୍‌ ଇଣ୍ଡିଆ ରେଡିଓରେ ଭଏସ୍ ଓଭର ଆଟିଷ୍ଟ ଭାବରେ କ୍ୟାରିୟର ଆରମ୍ଭ କରିବାକୁ ଚେଷ୍ଟା କରି ବାରମ୍ବାର ବିଫଳ ହୋଇଥିଲେ। ନିଜର ଲମ୍ବା ଚେହେରା, ମୋଟା ସ୍ଵର ନା ତାଙ୍କୁ ପରଦା ପଛରେ ନା ପରଦା ଆଗକୁ ଆଣିବାକୁ ଦେଇଥିଲା। ହେଲେ ନିୟତି କିଛି ଅଲଗା ଥିଲା।

- Advertisement -

୧୯୬୯ରେ ବଙ୍ଗଳା ଫିଲ୍ମରେ ଭଏସ୍‌ ଓଭର ଓ ସେ ବର୍ଷ ସାଥ୍ ହିନ୍ଦୁସ୍ତାନରେ ଅଭିନୟ ଡେବ୍ୟୁ କରିଥିଲେ। ଲୋକେ ଦେଖିଥିଲେ ହେଲେ ମନେ ରଖିନଥିଲେ। ଏହାପରେ ୧୨ଟି ଫ୍ଲପ୍ ଫିଲ୍ମ ଦେଇଥିଲେ ଅମିତାଭ । ତଥାପି ସେ କେବେ ହାରିନଥିଲେ। ୧୯୭୩ର ଜନଜିର୍ ବଦଳାଇଥିଲା ଅମିତାଭ ଓ ଭାରତୀୟ ସିନେମାର ଭାଗ୍ୟ। କାଲିଆ, ଅମର ଆନ୍ଥୋନି , ଦିବାର୍‌, ଡନ୍ , ସୋଲେ ତାଙ୍କୁ କରି ଦେଇଥିଲା ସୁପରଷ୍ଟାର୍। ୧୯୮୩ ମସିହାରେ କୁଲି ଫିଲ୍ମ ସୁଟିଂ ବେଳେ ଆହତ ହୋଇଥିବା ଅମିତାଭ ଙ୍କ ପାଇଁ କାନ୍ଦିଥିଲା ସାରା ଭାରତ । ଆଉ ପ୍ରଶଂସକଙ୍କ ଭଲ ପାଇବା ଆଗରେ ଯେମିତି ହାର ମାନିଥିଲା ମୃତ୍ୟୁ। ବୟସ ବଢିଛି , ହେଲେ କମିନି ଅମିତାଭଙ୍କ କ୍ରେଜ୍। ଜନ୍ମଦିନରେ ଅମିତାଭଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

 

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories