www.samajalive.in
Sunday, December 7, 2025
26.1 C
Bhubaneswar

ମୋହନଲାଲଙ୍କ ଫିଲ୍ମ “ବୃଷଭ” ପୋଷ୍ଟର ଆଉଟ୍

ମୁମ୍ବାଇ,୧୦/୧୦ :ଆଗାମୀ ଚଳଚ୍ଚିତ୍ର “ବୃଷଭ” ସହିତ ଫେରୁଛନ୍ତି ସୁପରଷ୍ଟାର ମୋହନଲାଲ। ନିର୍ମାତା ମୋହନଲାଲଙ୍କ ଫିଲ୍ମ “ବୃଷଭ”ର ରିଲିଜ ତାରିଖ ଘୋଷଣା କରିଛନ୍ତି। ଏହି ଫିଲ୍ମଟି ଆସନ୍ତା ନଭେମ୍ବର ୬ରେ ସିନେମା ହଲରେ ରିଲିଜ୍ ହେବ ।

ମୋହନଲାଲ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମର ପୋଷ୍ଟର ସେୟାର କରି ପ୍ରଶଂସକମାନଙ୍କ ସହିତ ଏହି ଖୁସି ଖବର ସେୟାର କରିଛନ୍ତି । ପୋଷ୍ଟରେ ସେ ଲେଖିଛନ୍ତି, “ପୃଥିବୀ ଥରୁଛି। ଆକାଶ ଜଳୁଛି। ଭାଗ୍ୟ ତାର ଯୋଦ୍ଧା ବାଛିଛି। ବୃଷଭ ନଭେମ୍ବର ୬ ତାରିଖରେ ଆସୁଛି।” ତେବେ ମୋହନଲାଲଙ୍କ ଏହି ଫିଲ୍ମଟି ପ୍ରଥମେ ଅକ୍ଟୋବର ୧୬ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ କୌଣସି କାରଣ ବଶତଃ ଏହାକୁ ସ୍ଥଗିତ ରଖାଯାଇଥିଲା। ଚଳିତ ବର୍ଷ ମୋହନଲାଲଙ୍କ ଜନ୍ମଦିନରେ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ମୁକ୍ତିଲାଭ କରିଥିଲା। ପ୍ରଥମ ପୋଷ୍ଟର ଦେଖିବା ପରେ ମୋହନଲାଲଙ୍କ ପ୍ରଶଂସକମାନେ ଚଳଚ୍ଚିତ୍ର ପାଇଁ ବେଶ୍ ଉତ୍ସାହିତ ଥିଲେ। ପୋଷ୍ଟରରେ ସେ ସୁନେଲି ରଙ୍ଗର ଏକ କବଚ ପିନ୍ଧି ଜଣେ ଯୋଦ୍ଧା ଭାବରେ ଦେଖାଯାଇଥିଲେ। ଲମ୍ବା କେଶ, ଦାଢ଼ି ଏବଂ ଧଳା ତିଲକ ସହିତ ମୋହନଲାଲଙ୍କ ଫଟୋ ଦେଖି ପ୍ରଶଂସକ ଖୁସିରେ ପାଗଳ ହୋଇଯାଇଥିଲେ । ସେ ନାକ ମୁଦି ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।  ମୋହନଲାଲଙ୍କ ଏହି ଫିଲ୍ମଟି ୫ଟି ଭାଷାରେ ସିନେମା ହଲରେ ମୁକ୍ତିଲାଭ କରିବ। ତେଲୁଗୁ, ମାଲାୟଲମ, ହିନ୍ଦୀ, ତାମିଲ ଏବଂ କନ୍ନଡ ଭାଷାରେ ଫିଲ୍ମ ମୁକ୍ତିଲାଭ କରିବ ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories