ସମାଜ ଡିଜିଟାଲ ଡେସ୍କ: ଆଇନଜୀବୀ ତଥା ବରିଷ୍ଠ ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଏହି ରିପୋର୍ଟ ପୁଲିସର ହସ୍ତଗତ ହୋଇଛି। ପୀତବାସଙ୍କୁ ଗୁଳିମାଡ଼ ପରେ କ୍ଷତ ସ୍ଥାନରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଶରୀରର ଏକାଧିକ ଅଙ୍ଗ ଅକାମୀ ହୋଇଯାଇଥିଲା। ଘଟଣା ପରେ ଛାନିଆ ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ଆଇନଜୀବୀ ପୀତବାସଙ୍କୁ ବ୍ରହ୍ମପୁରରେ ହତ୍ୟା କରାଯାଇଥିଲା। ସେ ତାଙ୍କ ଘରକୁ ସ୍କୁଟିରେ ଫେରୁଥିବା ସମୟରେ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ଏଯାଏ ଅଭିଯୁକ୍ତମାନଙ୍କୁ ଧରିପାରି ନାହିଁ।



