www.samajalive.in
Sunday, December 7, 2025
26.1 C
Bhubaneswar

ଲାଞ୍ଚ ନେଇ ଧରାପଡ଼ିଲେ ୨ ପୌର କର୍ମଚାରୀ

ସମାଜ ଡିଜିଟାଲ ଡେସ୍କ: ଲାଞ୍ଚ ନେଇ ଧରାପଡ଼ିଛନ୍ତି ଜଳେଶ୍ଵର ପୌର ପରିଷଦର ଦୁଇ ଜଣ କର୍ମଚାରୀ। ସେମାନେ ହେଲେ ସହକାରୀ ପରିମଳ ତଥା ଏମଆଇଏସ ସଂଯୋଜକ ବ୍ରଜ ଗୋପାଳ ଘୋଷ ଏବଂ ପରିମଳ ବିଶେଷଜ୍ଞ ରତିକାନ୍ତ ପାତ୍ର। ବକେୟା ବିଲ୍‌ କ୍ଲିୟର କରିବା ଲାଗି ଜଣେ ଠିକାଦାରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଶୁକ୍ରବାର ଭିଜିଲାନ୍ସ ଅଧିକାରୀମାନେ ପୂର୍ବ ଯୋଜନା ମୁତାବକ ସେମାନଙ୍କୁ ଧରିଛନ୍ତି। ସେମାନଙ୍କଠାରୁ ଲାଞ୍ଚ ଅର୍ଥ ଜବତ ହୋଇଛି।

ଏହା ପରେ ଭିଜିଲାନ୍ସ ପକ୍ଷରୁ ଉଭୟ ବ୍ରଜଗୋପାଳ ଏବଂ ରତିକାନ୍ତଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଏ ନେଇ ବାଲେଶ୍ଵର ଭିଜିଲାନ୍ସ ବିଭାଗରେ ମାମଲା ରୁଜୁ ହୋଇଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories