www.samajalive.in
Sunday, December 7, 2025
16.1 C
Bhubaneswar

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ: ୯ ଜଣିଆ ଗ୍ୟାଙ୍ଗକୁ ଧରିଲା ପୁଲିସ, ବିପୁଳ ମାରଣାସ୍ତ୍ର ଜବତ

ସମାଜ ଡିଜିଟାଲ ଡେସ୍କ: ଏକ ବ୍ୟାଙ୍କରେ ଡକାୟତି ଯୋଜନାକୁ ପଣ୍ଡ କରିଛି କେନ୍ଦୁଝର ଟାଉନ ଥାନା ପୁଲିସ। ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଡକାୟତି କରିବା ଲାଗି ଗ୍ୟାଙ୍ଗ ସଦସ୍ୟମାନେ ଯୋଜନା କରୁଥିବା ସମୟରେ ପୁଲିସ ଚଢ଼ାଉ କରି ୯ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି।

ସୂଚନା ଅନୁସାରେ, ଟାଉନ ଥାନା ଅନ୍ତର୍ଗତ ନାରଣପୁରର ଘଡ଼ଘଡ଼ି ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ଏହି ଗ୍ୟାଙ୍ଗର ସଦସ୍ୟମାନେ ଏକାଠି ହୋଇ ବ୍ୟାଙ୍କ ଲୁଟ୍ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ। ଗ୍ୟାଙ୍କ ମୁଖ୍ୟ ଗଣେଶ ଗିରି ଏହାର ମାଷ୍ଟରମାଇଣ୍ଡ ଥିଲା। ବିଶେଷ ସୂତ୍ରରୁ ପୁଲିସ ଖବର ପାଇ ଗୁରୁବାର ବିଳମ୍ବିତ ରାତିରେ ସେଠାରେ ଚଢ଼ାଉ କରି ୯ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୫ଟି ୭.୬୫ ଏମଏମ ବନ୍ଧୁକ, ୭ଟି ମାଗାଜିନ, ୨୫ଟି ଗୁଳି, ୪ଟି କାଟ୍ରିଜ କେସ୍‌, ଗୋଟିଏ ଥାର ଗାଡ଼ି, ୨ଟି ଖଣ୍ଡା, ୨ଟି କଟୁରୀ, ଗୋଟିଏ ଆଇରନ ରଡ, ୫ଟି ବିଅର ବୋତଲ, ଚିଲମ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୁଲିସ।

- Advertisement -

ପ୍ରାରମ୍ଭିକ ତଦନ୍ତରୁ ଗଣେଶ ନାରଣପୁରସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରେ ଡକାୟତି ପାଇଁ ଏହି ଯୋଜନା କରୁଥିବା ଜଣାପଡ଼ିଛି। ଗଣେଶ ନାଁରେ ବିଭିନ୍ନ ଥାନାରେ ୩୭ଟି ମାମଲା ରହିଥିବା ଜଣାପଡ଼ିଛି। ଅନ୍ୟ ଅଭିଯୁକ୍ତମାନେ କେଉଁ କେଉଁ ମାମଲାରେ ଜଡ଼ିତ ରହିଛନ୍ତି ତାହାର ତଦନ୍ତ କରୁଛି ପୁଲିସ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories