ସମାଜ ଡିଜିଟାଲ ଡେସ୍କ: ମୟୂରଭଞ୍ଜ ଜିଲା ଉଦଳାରେ କାର୍ଯ୍ୟରତ ଦୈନିକ ‘ସମାଜ’ର ସମ୍ବାଦଦାତା ଅରୁଣ ମହାନ୍ତିଙ୍କ ବିୟୋଗ ହୋଇଛି। ସେ କିଛିଦିନ ହେବ ଅସୁସ୍ଥତା ଯୋଗୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଅରୁଣ ଜଣେ ଅତ୍ୟନ୍ତ ଭଦ୍ର ଏବଂ ମେଳାପୀ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଗଭୀର ଶୋକପ୍ରକାଶ ପାଇଛି। ସମାଜ ପରିବାର ତରଫରୁ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଯାଇଛି।
Popular Categories



