www.samajalive.in
Tuesday, December 9, 2025
26.1 C
Bhubaneswar

ରାଉରକେଲା ଷ୍ଟେସନରୁ ୨ ମାଓବାଦୀ ଗିରଫ

ରାଉରକେଲା: ରାଉରକେଲା ରେଳ ଷ୍ଟେସନରୁ ଗୁରୁବାର ୨ ମାଓବାଦୀଙ୍କୁ ଗିରଫ କରିଛି ଆରପିଏଫ। ସେମାନେ ହେଲେ ଝାଡ଼ଖଣ୍ଡର ପାଲାମୁ ଜିଳା ଲେସଲିଗଞ୍ଜ ଥାନା ଅନ୍ତର୍ଗତ ଦେଓରା ଗ୍ରାମର ଅବଧେଶ କୁମାର(୨୬) ଏବଂ ଲାଟେହର ଜିଲା ମାନିକା ଥାନା ମାନିକା ଗ୍ରାମର ଉପେନ୍ଦ୍ର ଯାଦବ(୨୪)। ସେମାନେ ଝାଡ଼ଖଣ୍ଡରୁ ଟ୍ରେନ ଯୋଗେ ଓଡ଼ିଶା ପଳାଇ ଆସିଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇ ଆରପିଏଫ ଉଭୟଙ୍କୁ ରାଉରକେଲା ଷ୍ଟେସନରୁ ଧରିଥିଲା। ସେମାନେ ମାଓବାଦୀ ସଂଗଠନ ସହ ଜଡ଼ିତ ଥିବାବେଳେ ଅନେକ ଗୁରୁତର ମାମଲାରେ ସମ୍ପୃକ୍ତ ଅଛନ୍ତି। ଝାଡ଼ଖଣ୍ଡ ପୁଲିସର ଓ୍ବାଣ୍ଟେଡ ତାଲିକାରେ ମଧ୍ୟ ସେମାନେ ରହିଛନ୍ତି।

ଗିରଫ ହେବା ପରେ, ଆରପିଏଫ ପକ୍ଷରୁ ରାଉରକେଲା ଏସପି ନିତେଶ ୱାଧୱାନୀଙ୍କୁ ସୂଚନା ଦିଆଯାଇଥିଲା। ଏସପିଙ୍କ ନିର୍ଦ୍ଦେଶ ପରେ ଡିଏସପି ଅମରେନ୍ଦ୍ର ଷଣ୍ଢ ଏବଂ ପ୍ଲାଣ୍ଟ ସାଇଟ୍ ଷ୍ଟେସନ୍ ଇନଚାର୍ଜ ବିଭାତସ କୁମାର ପ୍ରଧାନ ଆରପିଏଫ ପୋଷ୍ଟରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛନ୍ତି। ଏ ସମ୍ପର୍କରେ ଝାଡ଼ଖଣ୍ଡର ଲାଟେହର ପୁଲିସକୁ ବି ସୂଚନା ଦିଆଯାଇଛି। ଯାହାଫଳରେ ସେଠାରେ ଚାଲିଥିବା ମାମଲା ଉପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। ଆରପିଏଫ ଓସି କମଲେଶ ସମାଦ୍ଦର କହିଛନ୍ତି ଯେ ଉଭୟ ବ୍ୟକ୍ତି ମାଓବାଦୀ ସଂଗଠନର ସକ୍ରିୟ ସଦସ୍ୟ। ତଦନ୍ତ ଚାଲିଥିବାରୁ ବର୍ତ୍ତମାନ ବିସ୍ତୃତ ସୂଚନା ଦେଇହେବ ନାହିଁ।

Hot this week

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

Related Articles

Popular Categories