www.samajalive.in
Sunday, December 7, 2025
26.1 C
Bhubaneswar

ମହିଳା ବିଶ୍ବକପ୍‌: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା

ବିଶାଖାପାଟଣା: ମହିଳା ଦିନିକିଆ ବିଶ୍ବକପ୍‌ରେ ଗୁରୁବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ। ଭାରତ ତା’ର ପ୍ରଥମ ୨ଟିଯାକ ମ୍ୟାଚ୍‌ ଜିତିପାରିଛି। ଦୁଇ ଦୁର୍ବଳ ଏସୀୟ ଦଳ ଶ୍ରୀଲଙ୍କା ଓ ପାକିସ୍ତାନକୁ ଭାରତୀୟ ମହିଳା ଦଳ ସହଜରେ ପରାସ୍ତ କରିଛି। ହେଲେ ଏବେଠାରୁ ଭାରତର ଅଗ୍ନିପରୀକ୍ଷା ଆରମ୍ଭ ହେଉଛି। ଭାରତ ତା’ର ପରବର୍ତ୍ତୀ ୩ଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ମୁକାବିଲା କରିବ। ଉପରୋକ୍ତ ୩ଟିଯାକ ଦଳ ସେମିଫାଇନାଲ ସ୍ଥାନ ପାଇଁ ବଡ଼ ଦାବିଦାର। ପାକିସ୍ତାନକୁ ୮୮ ରନ୍‌ରେ ହରାଇବା ପରେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ସ୍ବୀକାର କରିଥିଲେ ଯେ କିଛି ବିଭାଗରେ ଦଳକୁ ଉନ୍ନତି କରିବାକୁ ପଡ଼ିବ।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ମିଶ୍ରିତ ପ୍ରଦର୍ଶନ କରିଛି। ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‌ରେ ମାତ୍ର ୬୯ ରନ୍‌ରେ ଅଲ୍‌ଆଉଟ୍‌ ହେବା ପରେ ୧୦ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଥିଲା। ହେଲେ ୨ୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଚମତ୍କାର ଢଙ୍ଗରେ ଫେରିଥିଲା। ନ୍ୟୁଜିଲାଣ୍ଡ ୨୩୧ ରନ୍‌ କରିଥିଲେ ହେଁ ୫୫ଟି ବଲ୍‌ ବାକିଥାଇ ମାତ୍ର ୪ ୱିକେଟ୍‌ ହରାଇ ଦକ୍ଷିଣ ଆଫ୍ରିକା ଜିତିଥିଲା। ଏହାର ବାମହାତି ସ୍ପିନର ନନ୍‌କୁଲୁଲେକୋ ଏମ୍‌ଲାବା ୪ଟି ୱିକେଟ୍‌ ନେଇଥିଲେ। ପରେ ଦକ୍ଷିଣ ଆଫ୍ରିକା ପାଇଁ ତାଜ୍‌ମିନ ବ୍ରିଟ୍‌ସ ଶତକ ମାରିଥିବା ବେଳେ ସୁନ୍ ଲସ୍‌ ଅପରାଜିତ ୮୩ ରନ୍‌ କରିଥିଲେ। ଭାରତକୁ ହରାଇବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ଅନୁରୂପ ପ୍ରଦର୍ଶନ କରିବାକୁ ପଡ଼ିବ। ଚୂଡ଼ାନ୍ତ ଏକାଦଶ ବାଛିବା ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି।

- Advertisement -

ପ୍ରଥମ ମ୍ୟାଚ୍‌​‌େ​‌ର ଭଲ ପ୍ରଦର୍ଶନ କରିଥିବା ଅଲ୍‌ରାଉଣ୍ଡର ଅମନଜୋତ କୌର ୨ୟ ମ୍ୟାଚ୍‌ରେ ଆହତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ଖେଳି ପେସ୍‌ ବୋଲର ରେଣୁକା ସିଂହ ଭଲ ବୋଲିଂ କରିଥିଲେ। ଭାରତ ପାଇଁ ଚିନ୍ତାର ବିଷୟ ହେଉଛି ଦଳର ୩ ମ୍ୟାଚ୍‌ ବିଜେତା ସ୍ମୃତି ମାନ୍ଧାନା, ହରମନପ୍ରୀତ କୌର ଓ ଜେମିମା ରଡ୍ରିଗ୍ବେଜ୍‌ ବଡ଼ ରନ୍‌ କରିନାହାନ୍ତି। ତେବେ ହର୍ଲିନ ଦେଓଲ ଓ ଦୀପ୍ତି ଶର୍ମା ଉଭୟ ମ୍ୟାଚ୍‌ରେ ରନ୍‌ କରିଛନ୍ତି। ଓପ୍‌ନର ପ୍ରତୀକା ରାୱଲ ମଧ୍ୟ ଭଲ ବ୍ୟାଟିଂ କରୁଛନ୍ତି। ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଉପର ଅର୍ଡରକୁ ରନ୍‌ କରିବାକୁ ପଡ଼ିବ। ପେସ୍‌ ବୋଲର କ୍ରାନ୍ତି ଗୌଡ଼ ଉଭୟ ମ୍ୟାଚ୍‌ରେ ଭଲ ବୋଲିଂ କରିଛନ୍ତି। ତିନି ସ୍ପିନର ଦୀପ୍ତି ଶର୍ମା, ସ୍ନେହ ରାଣା ଓ ଶ୍ରୀ ଚରଣୀ ନିୟମିତ ୱିକେଟ୍‌ ନେଉଛନ୍ତି। ବିଶାଖାପାଟଣାରେ ଅଧିକ ରନ୍‌ ହେବାର ସମ୍ଭାବନା ଥିବାରୁ ଭାରତୀୟ ବୋଲରଙ୍କୁ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ। କାରଣ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବେଶ୍‌ ଶକ୍ତିଶାଳୀ ଅଛି। ହେଲେ ସ୍ପିନ୍ ବିପକ୍ଷରେ ଏହାର ଦୁର୍ବଳତା ରହିଛି; ଭାରତ ଯାହାର ଫାଇଦା ନେବାକୁ ଚାହିଁବ। ତାଜ୍‌ମିନ ବ୍ରିଟ୍‌ସ ଚମତ୍କାର ଫର୍ମରେ ଅଛନ୍ତି। ଅଧିନାୟିକା ଲୌରା ୱଲ୍‌ଭାର୍ଟ ରନ୍‌ କରି ନଥିଲେ ମଧ୍ୟ ସେ ଜଣେ ମ୍ୟାଚ୍‌ ବିଜେତା ଓପ୍‌ନର। ମାରିଜେନ୍ କାପ୍ ବିଶ୍ବସ୍ତରୀୟ ଓପ୍‌ନର। ଆନେକେ ବସ୍‌ ଓ କ୍ଲୋଏ ଟାଏରନ୍ ମଧ୍ୟ ଭଲ କ୍ରିକେଟର। ତେଣୁ ଗୁରୁବାର ଏକ ରୋଚକ ମୁକାବିଲା ଦେଖିବାକୁ ମିଳିବ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories