www.samajalive.in
Sunday, December 7, 2025
26.1 C
Bhubaneswar

ମଧ୍ୟପ୍ରଦେଶରେ ଆଉ ୨ କଫ୍ ସିରପ ନିଷିଦ୍ଧ

ଭୋପାଳ: କୋଲ୍‌ଡରିଫ୍‌ ପରେ ମଧ୍ୟପ୍ରଦେଶ ସରକାର ରାଜ୍ୟରେ ଆଉ ଦୁଇଟି କଫ୍ ସିରପ୍‌ ବିକ୍ରିକୁ ନିଷିଦ୍ଧ କରିଛନ୍ତି। ଏଗୁଡିକ ହେଲା ‘ରିଲିଫ୍‌’ ଓ ‘ରେସ୍‌ପିଫ୍ରେସ ଟିଆର’। ମଙ୍ଗଳବାର ଜଣେ ଦୁଇ ବର୍ଷର ଝିଅ ପ୍ରାଣ ହରାଇବାପରେ କଫ୍ ସିରପ ଜନିତ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ରିଲିଫ୍‌ ଓ ରେସ୍‌ପିଫ୍ରେସ ଟିଆର କଫ୍‌ ସିରପରେ ଆଶ୍ୟକତାଠାରୁ ଡାଇଥାଇଲିନ୍‌ ଗ୍ଲାଇକୋଲ୍‌ ରାସାୟନିକ ମାତ୍ରା ଅଧିକ ଥିବା ପରୀକ୍ଷାରୁ ଜଣାପଡିଛି। ଗୁଜରାଟର ଏକ ଫାର୍ମାସ୍ୟୁଟିକାଲ କମ୍ପାନୀରେ ଏହି ସିରପ ପ୍ରସ୍ତୁତ ହେଉଥିବା ଜଣାପଡିଛି। ଏ ସମ୍ପର୍କରେ ତଦନ୍ତ କରିବାକୁ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ଗୁଜରାଟ ସରକାରଙ୍କୁ ଅନୁରୋଧ କରାଯାଇଛି। ଅପରପକ୍ଷରେ ପଞ୍ଜାବ ସରକାର ମଙ୍ଗଳବାର ରାଜ୍ୟରେ କୋଲଡରିଫ୍‌ କଫ୍ ସିରପ ବିକ୍ରି ଉପରେ କଟକଣା ଲାଗୁ କରିଛନ୍ତି। ମଧ୍ୟପ୍ରଦେଶ ଓ ପଞ୍ଜାବ ବ୍ୟତୀତ ତାମିଲନାଡୁ, ଉତ୍ତରାଖଣ୍ଡ, ରାଜସ୍ଥାନ ଓ ତେଲଙ୍ଗାନାରେ କୋଲଡ୍‌ରିଫ୍‌ ସିରପ୍‌କୁ ନିଷିଦ୍ଧ କରାଯାଇଛି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories