www.samajalive.in
Sunday, December 7, 2025
26.1 C
Bhubaneswar

୮ରେ ଓକିଲଙ୍କ ରାଜ୍ୟବ୍ୟାପୀ କଲମଛାଡ଼ ଆନ୍ଦୋଳନ, ପୀତବାସଙ୍କ ପରିବାରକୁ ୧ କୋଟି କ୍ଷତିପୂରଣ ଦାବି

ସମାଜ ଡିଜିଟାଲ ଡେସ୍କ: ଗଞ୍ଜାମର ଜଣାଶୁଣା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣାର ତୀବ୍ର ନିନ୍ଦା କରିଛି ରାଜ୍ୟ ବାର କାଉନସିଲ। ପୀତବାସଙ୍କ ହତ୍ୟା ପ୍ରତିବାଦରେ ଆସନ୍ତା କାଲି ଅର୍ଥାତ ୮ ତାରିଖରେ ରାଜ୍ୟବ୍ୟାପୀ କଲମଛାଡ଼ ଆନ୍ଦୋଳନ କରିବାକୁ କାଉନସିଲ ପକ୍ଷରୁ ଘୋଷଣା କରାଯାଇଛି। ଏ ନେଇ ଏକ ବିବୃତିରେ ସୂଚନା ଦିଆଯାଇଛି। ଏହା ସହିତ ପୀତବାସଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଦାବି କରାଯାଇଛି।

ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ଵିବେଦୀ କହିଛନ୍ତି, ରାଜ୍ୟ ବାର କାଉନସିଲର ସର୍ବାଧିକ ଭୋଟରେ ନିର୍ବାଚିତ ସଦସ୍ୟ ପୀତବାସଙ୍କୁ ଦୁଇଜଣ ଅଜଣା ଯୁବକ ନିଜ ଘର ସାମ୍ନାରେ ଯେଭଳି ଅମାନୁଷିକ ଭାବେ ହତ୍ୟା କଲେ ତାହାର ପ୍ରତିବାଦରେ ଆସନ୍ତା କାଲି ରାଜ୍ୟବ୍ୟାପୀ ଆଇନଜୀବୀ କଲମଛାଡ଼ ଆନ୍ଦୋଳନ କରିବେ। ରାଜ୍ୟର ସବୁ ବାରର ଆଇନଜୀବୀମାନେ ଏହି କାର୍ଯ୍ୟରୁ ନିବୃତ ରହିଵା ସ୍ୱର୍ଗତ ପୀତବାସଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ରାଜ୍ୟ ବାର କାଉନସିଲ ଦଳର ପ୍ରତିନିଧିଗଣ ବ୍ରହ୍ମପୁର ଗ୍ରସ୍ତ କରି ଫେରିବା ପରେ ସେ କହିଛନ୍ତି ରାଜ୍ୟ ସରକାର ତୁରନ୍ତ ଦୋଷୀକୁ ଗିରଫ କରିବା ସହିତ ଏକ କୋଟି ଟଙ୍କା ପ୍ରଦାନ କରନ୍ତୁ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories