www.samajalive.in
Sunday, December 7, 2025
16.1 C
Bhubaneswar

୫ଦିନରେ ୫୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍‌ ସେନା; ଲୁଚି ରହୁନି ଇମ୍ରାନଙ୍କ ଅସଲ ଉଦ୍ଦେଶ୍ୟ

ଜାମ୍ମୁ: ପାକିସ୍ତାନ ଶାନ୍ତି ଚାହୁଁଛି। ଉଭୟ ଦେଶ ମଧ୍ୟରେ ଲାଗିଥିବା ଉତ୍ତେଜନା ହ୍ରାସ ପାଇଁ ପାକିସ୍ତାନ ଉଦ୍ୟମ କରୁଛି। ଏଭଳି କହି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କେବଳ ଭାଷଣବାଜି କରୁଛନ୍ତି। କିନ୍ତୁ ତାଙ୍କର ଅସଲ ଉଦ୍ଦେଶ୍ୟ ଲୁୁଚି ରହୁନି। ଏହାର ଏକ ଜ୍ଵଳନ୍ତ ଉଦାହରଣ ହେଉଛି ସୀମାନ୍ତରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନ। ଗତ ୫ ଦିନ ମଧ୍ୟରେ ପାକ୍‌ ସେନା ପକ୍ଷରୁ ୫୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏଥିରେ କେବଳ ଭାରତୀୟ ସେନାର କ୍ଷତି ହୋଇନାହିଁ, ୪ ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି।

ପାକ୍‌ ସେନା ପକ୍ଷରୁ ଲଗାତାର ଭାବେ ଉରୀ, ନୌସେରା, ପୁଞ୍ଚ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି। ଶୁକ୍ରବାର ରାତି ପ୍ରାୟ ୧୦ଟା ୩୦ରେ ପୁଞ୍ଚ ଜିଲାର ଝୁଲାସ ଅଞ୍ଚଳରେ ପାକ୍‌ ସେନା ମୋର୍ଟାର ମାଡ଼ କରିବାରୁ ଏକ ପରିବାରର ୨ ଶିଶୁ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ରୁବିନା କୌସେର ଏବଂ ତାଙ୍କର ୨ ଶିଶୁ ଶବନମ(୪) ଓ ଶାଜିଆ(୩)ଙ୍କ ମୃତ୍ୟୁ ଘଟିଥିଲା। ରବିନାଙ୍କ ସ୍ବାମୀ ମହମ୍ମଦ ୟୁନିସ ଗୁରୁତର ଆହତ ହୋଇଛନ୍ତି। ୨ଦିନ ତଳେ ପାକ୍‌ ସେନାର ଗୁଳିମାଡ଼ ଯୋଗୁ ୧୦ ଭାରତୀୟ ଯବାନ ଆହତ ହୋଇଥିଲେ। ଉରୀ ସେକ୍ଟରରେ କ୍ରମାଗତ ଗୁଳିମାଡ଼ ଯୋଗୁ ସେଠାକାର ଲୋକେ ଭୟଭୀତ ହୋଇ ଝରଦ୍ବାର ଛାଡ଼ି ନିରାପଦ ସ୍ଥାନକୁ ଚାଲିଯାଉଛନ୍ତି। ପାକ୍‌ ସେନା ବାରମ୍ବାର ଏଭଳି କରୁଥିଲେ ମଧ୍ୟ ଇମ୍ରାନ ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି। କେବଳ ନିଜ ଅସଲ ଚେହେରା ଘୋଡ଼ାଇବା ଲାଗି ଆମେ ଚାହୁଁଛୁ ବୋଲି ଡିଣ୍ଡିମ ପିଟୁଥିବା ସ୍ପଷ୍ଟ ହେଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories