www.samajalive.in
Sunday, December 7, 2025
14.1 C
Bhubaneswar

ଘାତକ ସାଜିଛି କଫ୍ ସିରପ୍ : ଜରୁରୀ ବୈଠକ ଡାକିଲେ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ

ନୂଆଦିଲ୍ଲୀ : ଘାତକ ସାଜିଛି କଫ୍ ସିରପ୍। ମଧ୍ୟପ୍ରଦେଶରେ ୧୧ ଜଣ କଅଁଳ ଶିଶୁଙ୍କ ଜୀବନ ନେବାରେ ଆକ୍ସନ ମୋଡରେ କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ଜରୁରୀ ବୈଠକ ଡାକିଛନ୍ତି। ଆଜି ଅପରାହ୍ନ ୪ଟାରେ ସବୁ ରାଜ୍ୟର ସ୍ଵାସ୍ଥ୍ୟ ସଚିବ ଏବଂ ଡ୍ରଗ୍ସ କଣ୍ଟୋଲରଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ନେଇ ସୂଚନା ମିଳିଛି।

ସେପଟେ ଅଧିକାଂଶ ରାଜ୍ୟ ଏବେ କଫ୍ ସିରପ୍ କୁ ବ୍ୟାନ୍ କରିଛନ୍ତି। କେରଳ , ମଧ୍ୟପ୍ରଦେଶ ଏବଂ ତାମିଲନାଡୁ ଭଳି ରାଜ୍ୟ ଏବେ ଏହାକୁ ବ୍ୟାନ୍ କରିଥିବାବେଳେ ଅନ୍ୟ ରାଜ୍ୟ ଏହାଉପରେ ଅଧିକ ଅନୁଧ୍ୟାନ କରୁଛନ୍ତି। କଫ୍ ସିରପ୍ ବିକ୍ରି ଓ ବଣ୍ଟନ ଉପରେ ରୋକ୍ ଲଗାଯାଇଛି। ବିଭିନ୍ନ ଅଞ୍ଚଳରୁ ନମୁନା ସଂଗ୍ରହ କରାଯିବା ପରେ ସରକାର ପଦକ୍ଷେପ ନେଉଛନ୍ତି। ଲ୍ୟାବ୍ ଟେଷ୍ଟରୁ ଜଣାପଡିଛି ଯେ , ଏହି ସିରପ୍‌ରେ ସର୍ବାଧିକ ମାତ୍ରାରେ ବିଷାକ୍ତ କେମିକାଲ୍ ବ୍ୟବହାର ହୋଇଛି। ଦୁଇ ବର୍ଷରୁ କମ୍ ବୟସର ପିଲାଙ୍କୁ ଏହି କଫ୍ ସିରିପ୍ ଦେବା ନେଇ କଟକଣା ରହିଛି। ସେପଟେ ମଧ୍ୟପ୍ରଦେଶରେ ଯେଉଁ ଡାକ୍ତର କିଛି ଶିଶୁଙ୍କ ପାଇଁ ଏହାକୁ ପ୍ରେସସ୍କ୍ରାଇବ୍ କରିଥିଲେ , ତାଙ୍କୁ ଗିରଫ କରାଯାଇଛି। ତେବେ ଅନେକ ରାଜ୍ୟ ଏହା ଉପରେ ଅନୁଧ୍ୟାନ କରିବା ଆରମ୍ଭ କରିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories