www.samajalive.in
Sunday, December 7, 2025
23.1 C
Bhubaneswar

ଜେଲ୍ ଓ ସବଜେଲରେ ଚଢାଉ: ବିପୁଳ ମାଦକ ଦ୍ରବ୍ୟ ଜବତ

ବରଗଡ : ଚୌଦ୍ୱାର ଜେଲରୁ କଏଦୀ ଫେରାର ହେବା ପରେ ଏବେ ସାରା ରାଜ୍ୟରେ ଥିବା ଜେଲ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।  ଆଜି ସକାଳୁ ସକାଳୁ ଅତର୍କିତ ଭାବେ ବରଗଡ ଜେଲ୍ ଓ ସବଜେଲରେ ଚଢାଉ କରାଯାଇଛି । ପଦ୍ମପୁର ଓ ସୋହେଲା ସବ ଜେଲରେ ମଧ୍ୟ ରେଡ୍ କରାଯାଇଥିଲା ।

ପଦ୍ମପୁର ଉପଖଣ୍ଡ ପୁଲିସ୍ ଅଧିକାରୀଙ୍କ ନେତୃତ୍ବରେ ଚଢାଉ କରିଥିଲା । ଜେଲ ଭିତରୁ ବିପୁଳ ପରିମାଣର ମାଦକ  ଭାଙ୍ଗ,ବିଡି,ସିଗାରେଟ ଓ ତମାଖୁ ଜବତ କରାଯାଇଛି।  କଏଦୀଙ୍କୁ ଧରିବା ପାଇଁ ତିନୋଟି ଟିମ୍‌ ଗଠନ କରାଯାଇଛି । ଏହି ଟିମ୍ ମଧ୍ୟ ବାହାର ରାଜ୍ୟକୁ ଯାଇ ଖୋଜାଖୋଜି କରିବା ଆରମ୍ଭ କରିଛନ୍ତି ।

- Advertisement -

ଗୁରୁବାର ରାତିରେ କଡା ସୁରକ୍ଷା ବଳୟ ମଧ୍ୟରେ ଥିବା ଦୁଇ ବିହାରୀ କୁଖ୍ୟାତ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ ଚୌଦ୍ବାର ଜେଲ କର୍ତ୍ତୃପକ୍ଷଙ୍କୁ ଚକମା ଦେଇ ଚମ୍ପଟ ମାରିଛନ୍ତି । ଦୁଇ କଏଦୀଙ୍କ ଫଟୋ ଜାରି କରିଛି ପୁଲିସ୍‌ । ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories