www.samajalive.in
Sunday, December 7, 2025
23.1 C
Bhubaneswar

ଏସଆଇ ନିଯୁକ୍ତି କେଳେଙ୍କାରୀ: ବିଜେଡିକୁ କଡା ଜବାବ ଦେଲା ବିଜେପି

ଭୁବନେଶ୍ୱର: ଏସଆଇ ନିଯୁକ୍ତି କେଳେଙ୍କାରୀରେ ସିବିଆଇ ତଦନ୍ତ ଦାବି କରିଛି ବିଜେଡି । ଏହାନହେଲେ ମୁଖ୍ୟମନ୍ତ୍ରୀ ପଦ ଛାଡନ୍ତୁ ବୋଲି ଦାବି ଦଳ ଆସନ୍ତା ସୋମବାର ଦିନ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ସେପଟେ ବିଜେଡିକୁ କଡା ଜବାବ ଦେଇଛି ବିଜେପି । ବିଜେଡିର ଆନ୍ଦୋଳନ ଚୋର ମାଚାଏ ସୋର କହିଛି ବିଜେପି ।

ଅତୀତରେ ଯାହାର ସରକାର ଥିଲା ନବୀନ ପଟନାୟକ ମୁଖ୍ୟ ଥିଲେ, ତାଙ୍କର ଚରବର ମାନେ ତୃତୀୟ ମହଲାରୁ ସୁପାରୀ ନେଇ ସାର୍ଟଫିକେଟ ବିକ୍ରି କରିଛନ୍ତି ଆଉ ଚାକିରୀ ବିକ୍ରି କରିଥିଲେ । ସେମାନେ ଆସିକି କହୁଛନ୍ତି ଆମେ ନ୍ୟାୟ ଦେବୁ । ସେମାନେ ଏଭଳି ବ୍ୟବସ୍ଥା କରିଛନ୍ତି ତାକୁ ଧୂଳିସାତ କରିକି ଯୁବ ବର୍ଗଙ୍କୁ ନ୍ୟାୟ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାମ କରୁଛନ୍ତି ।

- Advertisement -

ଏତେ ବଡ଼ କ୍ରାଇମ୍ କୁ ଓଡିଶା ପୋଲିସ ଧରିବା ସରକାରଙ୍କ ସଫଳତା । କାହାକୁ ବି କ୍ରାଇମବ୍ରାଞ୍ଚ ଛାଡିବ ନାହିଁ । ଏହା ବିଜେଡି ବେଳର କ୍ରାଇମବ୍ରାଞ୍ଚ ନୁହେଁ, ବିଜେଡିର ଆନ୍ଦୋଳନ ଉପାୟ ପୁରୁଣା । ଯେଉଁମାନେ ଡକାୟତି କରିଥାନ୍ତି ସେମାନେ ବି ସେଇ ଆନ୍ଦୋଳନରେ ବୁଲୁଥାନ୍ତି । ଏ ରାକେଟ ୨୪ ବର୍ଷ ଧରି ଚାଲିଥିଲା, ମଞ୍ଜି ବହୁତ ତଳେ ଅଛି । ପାତାଳରୁ ବି ମଞ୍ଜି ବାହାର କରିବୁ, ଦୋଷୀ ଯିଏ ବି ହେଉ ଯେଉଁ ପଦବୀରେ ଥାଉ ଜେଲ ଯିବ ବୋଲି ବିଜେପି କହିଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories