www.samajalive.in
Sunday, December 7, 2025
14.1 C
Bhubaneswar

ଏସ୍‍ଆଇ ପରୀକ୍ଷା କେଳେଙ୍କାରୀ: ସିବିଆଇ ତଦନ୍ତ ଦାବି କଲା ବିଜେଡି, ୬ରେ ହେବ ଆନ୍ଦୋଳନ

ଭୁବନେଶ୍ୱର: ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କହି ବିଜେଡି ନେତା ପ୍ରତିରଞ୍ଜନ ଘଡେଇ ଓ ଚନ୍ମୟ ସାହୁ କହିଛନ୍ତି ଯେ ଏସଆଇ ପରୀକ୍ଷା ମହାଘୋଟାଲାରେ ଯେଉଁ ତଦନ୍ତ ଚାଲିଛି, ସେଥିରେ ମାଷ୍ଟର ମାଇଣ୍ଡକୁ ଧରିବାରେ ସକ୍ଷମ ହେବ କି ସରକାର । ଗୃହ ସଚିବ ଆଉ ଓ ଓପିଆରବି ଅଧ୍ୟକ୍ଷ କାହିଁକି ତଦନ୍ତ ପରିସରକୁ ଆସୁ ନାହାନ୍ତି । ୩ଟି ସଂସ୍ଥାକୁ କାହିଁକି ପରୀକ୍ଷା ଦାୟିତ୍ଵ ହସ୍ତାନ୍ତର କରାଯାଇଛି । ଏହାର ଜବାବ ସରକାର ରଖନ୍ତୁ ବୋଲି ବିଜେଡି ଦାବି କରିଛି ।

ଏମିତି କେବଳ ରଖାଯାଇଥିଲା ଘୋଟାଲା କରିବାକୁ। କେଉଁ ନିୟମ ଅନୁସାରେ ଆଉଟ ସୋର୍ସିଙ୍ଗ କରିବାକୁ ନିଷ୍ପତ୍ତି ହେଲା । କାହାର ଦସ୍ତଖତ ରହିଛି ଏହି ନିଷ୍ପତ୍ତି ପଛରେ । କିଏ କରାଇବାକୁ ଚାହୁଁଥିଲା ଏପରି ଦୁର୍ନୀତି, ବୋଲି ପ୍ରଶ୍ନ କରିଛି ବିଜେଡି ।
ଏହା ପଛରେ ଢେଙ୍କାନାଳ ଲିଙ୍କ୍ ଅଛି, ସିଲିକନ୍‍ , ଗୃହ ସଚିବ, ଙଚଜଈ ସହ ବୋଲି ପ୍ରିତିରଞ୍ଜନ ଘଡ଼ାଇ କହିଛନ୍ତି । ଯଦି ଭବିଷ୍ୟତ ପୀଢ଼ି ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତାହାଲେ ଗୃହ ସଚିବ ଓ ଓପିଆରବି ଅଧ୍ୟକ୍ଷଙ୍କୁ ତଦନ୍ତ ପରିସର କରନ୍ତୁ।
ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରନ୍ତୁ, ଯଦି ଆପଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ କରିବାକୁ ଚାହୁଁଛି। ଯଦି ନ କରିବେ ତାହେଲେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ମଧ୍ୟ ରହିଛି ବୋଲି ଆମେ ଭାବିବା। ମୋହନଙ୍କ କ୍ଷମତା ନିଜ ପାଖରେ ନାହିଁ , ଦିଲ୍ଲୀରେ ଅଛି। ନିଜେ ନିଷ୍ପତ୍ତି ନିଅନ୍ତୁ। ଜବ୍‍ ସ୍କାମ୍‍ ଲୁଚାଇବା ପାଇଁ ଏବେ ଅପଚେଷ୍ଟା ଚାଲିଛି।

- Advertisement -

ଅନେକ ଦିନ ଧରି ଜାଲିଆତି ପାଇଁ ଯୋଜନା କରାଗଲା। ପାର୍ବଣ ସମୟରେ ଏହି ଜାଲିଆତି ପାଇଁ ଯୋଜନା ହୋଇଥିଲା। କିନ୍ତୁ ପ୍ରାର୍ଥୀଙ୍କ ଠାରୁ ଅରିଜିନାଲ ସାର୍ଟିଫିକେଟ ଦାବି ପରେ ଝଗଡ଼ା ହୋଇଥିଲା। ଘଟଣା ପ୍ରଘଟ ଭୟରେ ଏହି ଡ୍ରାମା ରଚାଗଲା । ଆସନ୍ତା ସୋମବାର ୬ ତାରିଖ ଦିନ ବିଜେଡି ଓ ବିଜୁ ଛାତ୍ର ଜନତା ଦଳ ଆନ୍ଦୋଳନ କରିବ । ଯଦି ଆସନ୍ତା ସୋମବାର ସୁଦ୍ଧା ସିବିଆଇ ତଦନ୍ତ ନିର୍ଦ୍ଦେଶ ନ ଦିଅନ୍ତି। ମୁଖ୍ୟମନ୍ତ୍ରୀ ପଦ ଛାଡନ୍ତୁ ବୋଲି ବିଜେଡି ଦାବି କରିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories