www.samajalive.in
Sunday, December 7, 2025
26.1 C
Bhubaneswar

ସବୁଠାରୁ ଶସ୍ତା ଫ୍ଲିପଫୋନ୍ ! ମୋଟୋରୋଲାର ଏହି ଫୋନରେ ମିଳୁଛି ୧୫ ହଜାର ଟଙ୍କାର ରିହାତି

ଭୁବନେଶ୍ବର, ୩ା୧୦: ଫ୍ଲିପକାର୍ଟରେ ୪ ଅକ୍ଟୋବରରୁ ନୂଆ ସେଲ୍ ଆରମ୍ଭ ହେଉଛି। ଏହି ସେଲରେ ଗ୍ରାହକ ଅନେକ ଡିଭାଇସ୍ ଶସ୍ତାରେ କିଣିପାରିବେ। ଯଦି ଆପଣ ଏକ ଫ୍ଲିପ ଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଏ ନେଇ ବିଚାର କରିପାରିବେ। ରେଜର ୬୦ରେ ୫୦ ମେଗାପିକ୍ସେଲ ମେନ୍ ଲେନ୍ସ ବିଶିଷ୍ଟ ଡୁଆଲ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି। ଫ୍ରଣ୍ଟରେ ୩୨ ମେଗାପିକ୍ସେଲ ସେଲ୍ଫି କ୍ୟାମେରା ଦିଆଯାଇଛି।
ଏହାର ୮ ଏବଂ ୨୫୬ ଜିବି ଭାରିଆଣ୍ଟର ମୂଲ୍ୟ ବର୍ତ୍ତମାନ ଫ୍ଲିପକାର୍ଟରେ ୩୯,୯୯୯ ଟଙ୍କା ରହିଛି। କମ୍ପାନୀ ଏହାକୁ ୫୪,୯୯୯ ଟଙ୍କାରେ ଲଞ୍ଚ୍ କରିଥିଲା। ଅର୍ଥାତ୍ ଏଥିରେ ୧୫ ହଜାର ଟଙ୍କାର ରିହାତି ମିଳୁଛି। ସ୍ମାର୍ଟଫୋନରେ ବ୍ୟାଙ୍କ ଡିସ୍କାଉଣ୍ଟ ମଧ୍ୟ ମିଳୁଛି। ବ୍ୟାଙ୍କ ଅଫର ପରେ ଏହାକୁ ଗ୍ରାହକ ୩୭,୯୯୯ ଟଙ୍କାରେ ଗ୍ରାହକ କିଣିପାରିବେ।

ଫୋନରେ ୬.୯ ଇଞ୍ଚର ଏଲଟିପିଓ ଆମୋଲେଡ୍ ଡିସପ୍ଲେ ରହିଛି ଯାହା ୧୨୦ ହର୍ଜ ରିଫ୍ରେଶ୍ ରେଟକୁ ସପୋର୍ଟ କରେ। କଭରରେ ୩.୬ ଇଞ୍ଚର ଆମୋଲେଡ୍ ଡିସପ୍ଲେ ରହିଛି ଯାହା ୯୦ ହର୍ଜ ରିଫ୍ରେଶ୍ ରେଟ୍ ସହିତ ଆସିଥାଏ। ସ୍କ୍ରିନର ସୁରକ୍ଷା ପାଇଁ ଏଥିରେ ଗରିଲ୍ଲା ଗ୍ଲାସ୍ ଭିକ୍ଟସ ପ୍ଲସ୍ ଦିଆଯାଇଛି। ଫୋନ୍ ମିଡିଆଟେକ୍ ଡାଇମେନସିଟି ୭୪୦୦ ଏକ୍ସ ପ୍ରୋସେସର ସହିତ ଆସିଥାଏ। ଫୋନରେ ୧୨ ଓ ୫୧୨ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ବିକଳ୍ପ ମିଳିବ। ଫୋନ୍ ଆଣ୍ଡ୍ରଏଡ୍ ୧୫ରେ କାମ କରିଥାଏ। ଫୋନ ୪୫୦୦ ଏମଏଏଚର ବ୍ୟାଟେରୀ ସହିତ ଆଇପି ୪୮ ରେଟିଂ ସହିତ ଆସିଥାଏ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories