www.samajalive.in
Sunday, December 7, 2025
26.1 C
Bhubaneswar

ସକାଳୁ ସକାଳୁ ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ

ସମାଜ ଡିଜିଟାଲ ଡେସ୍କ: ଆଜି ସକାଳୁ ସକାଳୁ ଇଣ୍ଡୋନେସିଆର ପଶ୍ଚିମ ପାପୁଆ ଅଞ୍ଚଳରେ ୫.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ ଅନୁଯାୟୀ ଭୂମିକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ ପାପୁଆ । ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ଦୌଡି ଆସିଥିଲେ । ଏଯାବତ କୌଣସି ମୃତାହତ କିମ୍ବା ସୁନାମି ଚେତାବନୀ ରିପୋର୍ଟ ଆସିନାହିଁ ।

ଭୂମିକମ୍ପର ଗଭୀରତା ୧୦କିଲୋମିଟର ଥିଲା । ଏପରି ଭୂମିକମ୍ପ ଭୟଙ୍କର ହୋଇପାରେ । ସ୍ଥାନୀୟ କର୍ତ୍ତୃପକ୍ଷ ଉଦ୍ଧାରକାରୀ ଦଳକୁ ସତର୍କ ରହିବାକୁ କହିଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ସକାଳେ ହୋଇଥିବା ଭୂମିକମ୍ପ ପରେ ପରବର୍ତ୍ତୀ ଝଟକା ହେବାର ସମ୍ଭାବନା ଅଧିକ ରହିଛି । ଜୀବନ ଏବଂ ଧନସମ୍ପତ୍ତିର କ୍ଷତିକୁ ଏଡାଇବା ପାଇଁ ଅଞ୍ଚଳର ପୁରୁଣା କୋଠା ଏବଂ ନିର୍ମାଣରୁ ଲୋକମାନାଙ୍କୁ ସ୍ଥାନାନ୍ତର କରାଯାଉଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories