www.samajalive.in
Sunday, December 7, 2025
26.1 C
Bhubaneswar

କୋରାପୁଟ ଜିଲ୍ଲାରେ ବାଦଲଫଟା ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଡେସ୍କ: କୋରାପୁଟ ଜିଲ୍ଲାରେ ବାଦଲଫଟା ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କୋରାପୁଟ-ରାୟଗଡାରେ ପାହାଡ଼ରୁ ପଥର ଖସି ରେଳ ଟ୍ରାକ ଉପରେ ପଡିବା ଫଳରେ ଡୁମୁରିପୁଟ- ଦାମନଯୋଡ଼ି ମଝିରେ ଡାଉନଲାଇନ କ୍ଷତିଗ୍ରସ୍ତ ହୋଇଛି। ସେହିଁପରି ବିଶାଖାପାଟଣାରୁ କୋରାପୁଟ ଭିତରେ ତଇଡା- ଚିମିଡ଼ିପାଲି ମଝିରେ ବିଦ୍ୟୁତ ତାର ଉପରେ ଗଛ ପଡିଥିବା ଜଣାପଡିଛି।

ଲଗାଣ ବର୍ଷା ଯୋଗୁଁ ୩୨୬ ନମ୍ବର ଜାତୀୟ ରାଜପଥ କୋରାପୁଟ-ରାୟଗଡା ରାସ୍ତାରେ ବଙ୍ଗଳାଗୁଡା ନିକଟରେ ଅସ୍ଥାୟୀ ପୋଲ ଉପରେ ପାଣି ଚାଲୁଛି। ସମସ୍ତ ଯାନବାହନ ଡାଇଭରସନ ଦେଇ ଯିବା ଆସିବା କରୁଛନ୍ତି। ସେହିପରି ଦଶମନ୍ତପୁର ବ୍ଲକ ବାଲିଘାଟ ଗାଁ ହାଇସ୍କୁଲ ନିକଟ ପୋଲର ଆପ୍ରୋଚ ରୋଡ ଧୋଇଯାଇଛି। ପ୍ରବଳ ବର୍ଷାରେ ମୁରାନ ନଦୀରେ ପାଣି ଆସି ପୋଲର ଗୋଟେ ପଟ ପୁରା ଭାସିଯାଇଛି। ଅନ୍ୟପକ୍ଷରେ କୋରାପୁଟରୁ ସୁନାବେଡାକୁ ସଂଯୋଗ କରୁଥିବା ୨୬ନମ୍ବର ଜାତୀୟ ରାଜପଥ ମୋହନପଡା ନିକଟ ଅସ୍ଥାୟୀ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି। ଉଭୟ ପାର୍ଶ୍ୱରେ ଗାଡିଗୁଡିକ ଅଟକି ରହିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories