ରାଇକିଆ: ଭାରତର ରାଷ୍ଟ୍ରପିତା ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କ ଜନ୍ମ ଦିନ ଅକ୍ଟୋବର ୨କୁ ସମଗ୍ର ଭାରତବର୍ଷରେ ‘ଗାନ୍ଧୀ ଜୟନ୍ତୀ’ ଭାବେ ପାଳନ କରାଯାଏ।ଏହି ଅବସରରେ ରାଇକିଆ ପଞ୍ଚାୟତ ସଭାଗୃହରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ସ୍ମୁତି ଚାରଣ କରାଯାଇଛି। ସରପଞ୍ଚ ଗୀତାଞ୍ଜଳୀ ନାୟକଙ୍କ ସଭାପତିତ୍ବରେ ସ୍ଵତନ୍ତ୍ର ଗ୍ରାମ ସଭାର ଆୟୋଜନ କରାଯାଇଛି। ପଞ୍ଚାୟତର ଉନ୍ନତିକରଣ ସହିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ନେଇ ବୈଠକରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ନାୟବ ସରପଞ୍ଚ ନିଥୟଲ ନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୋକନାଥ ପଟ୍ଟନାୟକ, ପଞ୍ଚାୟତ କର୍ମଚାରୀ, ୱାର୍ଡ଼ ମେମ୍ବରଙ୍କ ସହ ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ।
Popular Categories



