ଭୁବନେଶ୍ୱର: ଆଜି ପବିତ୍ର ବିଜୟା ଦଶମୀ ତଥା ଦଶହରା । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଖ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଅସତ୍ୟ ଉପରେ ସତ୍ୟର ବିଜୟ ଓ ଅଧର୍ମ ଉପରେ ଧର୍ମର ବିଜୟର ଦିନ ଆଜି । ଅନ୍ୟାୟ ଉପରେ ନ୍ୟାୟର ବିଜୟର ମହାପର୍ବ ପବିତ୍ର ବିଜୟା ଦାମୀ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା । ମା’ଦୁର୍ଗା ସୁଖ, ସମୃଦ୍ଧି ଓ ଶାନ୍ତି ପ୍ରଦାନ କରିବା ସହ ଜଗତର କଲ୍ୟାଣ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।
ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ମହାପର୍ବ ପବିତ୍ର ‘ବିଜୟା ଦଶମୀ’ ତଥା ‘ଦଶହରା’ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜଗଜ୍ଜନନୀ, ଦୁର୍ଗତି ନାଶିନୀ, ମା’ଦୁର୍ଗା ଆପଣଙ୍କୁ ସୁଖ, ସମୃଦ୍ଧି ଓ ଶାନ୍ତି ପ୍ରଦାନ କରିବା ସହ ଜଗତର କଲ୍ୟାଣ କରନ୍ତୁ। pic.twitter.com/ClXJ3SkQLu
— Mohan Charan Majhi (@MohanMOdisha) October 2, 2025



