ସିମୁଳିଆ: ବାଲେଶ୍ଵର ଜିଲା ୧୬ ନଂ ଜାତୀୟ ରାଜପଥ ମଇତାପୁର ରାସ୍ତାରେ ଶୋଇଥିବା ଷଣ୍ଢକୁ କାର ଧକ୍କା ଦେବାରୁ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି। ବୁଧବାର ରାତିରେ ସିମୁଳିଆ ଓ ଖଇରା ଅଞ୍ଚଳରୁ କାର ଯୋଗେ ଦୁଇ ଜଣ ଯୁବକ ଫେରୁଥିଲେ। ମଇତାପୁର ନିକଟରେ ରାସ୍ତାରେ ଶୋଇଥିବା ଷଣ୍ଢକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା । ଯାହାଫଳରେ କାରଟିର ସମ୍ମୁଖ ଭାଗ ମାଡ ହୋଇ ଚାଳକ ସମେତ ଦୁଇ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକ ପୁଲିସ ଘଟଣା ସ୍ଥଳରେ ପହଁଚି ଦୁଇ ଜଣ ଗୁରୁତରଙ୍କୁ ଉଦ୍ଧାର କରି ସିମୁଳିଆ ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଆହତ ଦୁଇ ଜଣଙ୍କ ଘର ସିମୁଳିଆ ଓ ଭଦ୍ରକ ଅଞ୍ଚଳର ବୋଲି ଜଣାପଡ଼ିଛି। ପୁଲିସ କାରକୁ ଜଵତ କରି ଘଟଣାର ତଦନ୍ତ ଚଳାଇଛି ।
Popular Categories



