www.samajalive.in
Tuesday, December 9, 2025
23.1 C
Bhubaneswar

ମଧ୍ୟପ୍ରଦେଶ ଛତିଶଗଡ ଲୁଟେରା ଓଡ଼ିଶାରେ- ଯୁବତୀଙ୍କ ସହ ୮ ମୋବାଇଲ୍‌ ଲୁଟେରାଙ୍କୁ ଧରିଲେ ଲୋକ

ବଲାଙ୍ଗିର : କଳାହାଣ୍ଡି ଜିଲା ଭବାନୀପାଟଣା ଛତର ଯାତ୍ରାରୁ ଚୋରି କରି ପୋଖରୀକୁ ମୋବାଇଲ ଫିଙ୍ଗିଦେଲେ ଲୁଟିଆ । ଜଣେ ଯୁବତୀଙ୍କ ସହ ୯ ଅଭିଯୁକ୍ତ ଗିରଫ। ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ ଛତର ଯାତ୍ରାରେ ମୋବାଇଲ,ପର୍ସ ଲୁଟି ଚୋରି ସାମଗ୍ରୀକୁ ବଲାଙ୍ଗିର ଜିଲ୍ଲାରେ ଆଣି ଭାଗବଣ୍ଟା କରୁଥିଲେ । ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ଓ ସିନ୍ଧେକେଲା ପୁଲିସ ଲୁଟେରା ଗ୍ୟାଙ୍ଗକୁ ଧରିଥିଲେ ।

ଚୋରି ଦାମୀ ମୋବାଇଲର ଲୋକେସନ ଟ୍ରାକ କରିବାରୁ ଚୋରି ଧରପଡ଼ିଥିଲା ।ସିନ୍ଧେକେଲା ଅଞ୍ଚଳର ଜଣେ ଠିକାଦାରଙ୍କ ମୋବାଇଲ ଲୁଟ ହୋଇଥିବା ବେଳେ ଟ୍ରାକ କରିବାରୁ କନ୍ଧବାହାଲ ନିକଟରେ ମୋବାଇଲ ଲୋକେସନ ଜଣାପଡିଥିଲା। ଲୋକେ ପିଛା କରିବାରୁ ବଙ୍ଗୋମୁଣ୍ଡା-ସିନ୍ଧେକେଲା ଥାନା ସୀମା କନ୍ଧବାହାଲ ବଜାର ନିକଟରେ ଭାଗ ବଣ୍ଟା ସମୟରେ ଅଭିଯୁକ୍ତମାନେ ପୁଲିସ୍ ହାତରେ ଧରାପଡିଥିଲେ। ଏହି ଚୋର ଗ୍ୟାଙ୍ଗ ମଧ୍ୟପ୍ରଦେଶ ଓ ଛତିଶଗଡ ଛତିଶଗଡ଼ ଅଞ୍ଚଳର ବୋଲି ଜଣାପଡିଛି । ଏମାନଙ୍କ ପାଖରୁ ୪୦ ରୁ ଅଧିକ ମୋବାଇଲ, ୪ ବାଇକ ଜବତ ସହ ପୁଲିସ ୯ ଜଣିଆ ଲୁଟିଆ ଦଳକୁ କଳାହାଣ୍ଡି ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories