www.samajalive.in
Wednesday, December 10, 2025
15.1 C
Bhubaneswar

ରୋଷେଇ ଗ୍ୟାସ୍‌ ସିଲିଣ୍ଡରରୁ ଅଗ୍ନିକାଣ୍ଡ, ଦୁଇ ଜଣ ମହିଳା ଗୁରୁତର

ଚିକି : ଗଂଜାମ ଜିଲ୍ଲା ଗୋଲନ୍ଥରା ଥାନା ଚିକିଟି ବ୍ଲକ ଅଧୀନ କୁତୁରୁ ପଞ୍ଚାୟତର ଅନ୍ତର୍ଗତ ଚନ୍ଦନବାଡ଼ ଗ୍ରାମରେ ଗ୍ୟାସରୁ ନିଆଁ ଲାଗି ଦୁଇଜଣ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳାମାନେ ହେଲେ ହେମଲତା ବେହେରା ଓ ରେବତୀ । ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ହେମଲତା ବେହେରା କୌଣସି କାମରେ ରେବତୀ ଘରକୁ ଯାଇଥିଲେ । ରୋଷେଇ ଘରେ ବସି ରେବତୀ ଏବଂ ହେମଲତା କଥା ହେଉଥିବା ବେଳେ ଗ୍ୟାସ ସିଲିଣ୍ଡରରୁ ନିଆଁ ହଠାତ ବାହାରି ଲୁଗାରେ ନିଆଁ ଲାଗିଥିଲା। ଉଭୟ ପୋଡ଼ି ହୋଇ ଚିତ୍କାର କରିଥିଲେ। ଚିତ୍କାର ଶୁଣି ପରିବାର ଓ ସାହିପଡ଼ିଶା ଲୋକେ ଆସି ଉଭୟଙ୍କୁ ଉଦ୍ଧାର କରିଥିଲେ।

- Advertisement -

ଏନେଇ ଅଗ୍ନିଶମ ଓ ପୁଲିସକୁ ସୂଚନା ଦିଆଯାଇଥିଲା। ଉଭୟ ଗୁରୁତରଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏମ୍‌ସ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories