www.samajalive.in
Tuesday, December 9, 2025
23.1 C
Bhubaneswar

ପୁଲିସ ଚାକିରିରେ ଜାଲିଆତି ଅଭିଯୋଗ: ହେଲପ ଲାଇନ୍‍ ନମ୍ବର ଜାରି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମପୁରରେ ପୁଲିସ ଚାକିରିରେ ଜାଲିଆତି ଅଭିଯୋଗ ହୋଇଛି । ପୁଲିସ ସବ-ଇନ୍ସପେକ୍ଟର ଚାକିରିରେ ଜାଲିଆତି ପାଇଁ ବଡ ଡିଲ୍‍ ହୋଇଥିବା ସୂଚନା ମିଳିଛି । କୁହାଯାଉଛି ଯେ ପରୀକ୍ଷା ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା ଆଶାୟୀଙ୍କୁ ସ୍ପେଶାଲ୍‍ କୋଚିଂ ଦେବାକୁ ହାଇଦ୍ରାବାଦ ନେଉଥିଲେ । ୧୦୦ରୁ ଅଧିକ ଆଶାୟୀଙ୍କୁ ହାଇଦ୍ରାବାଦ ନେଥ କୋଚିଂ ଦେବାକୁ ପ୍ରୟାସ କରୁଥିଲେ ବୋଲି ଜଣାପଡିଛି । ହେଲେ ବ୍ରହ୍ମପୁର ପୁଲିସ ସେମାନଙ୍କୁ ପିଛା କରି ଅଟକ ରଖିଥିବା ସୂଚନା ମିଳିଛି ।

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ପୁଲିସ ଧରିବା ପରେ ବ୍ରହ୍ମପୁର ଆଣି ପଚରାଉଚରା କରୁଥିବା ସୂଚନା ମିଳିଛି । ହେଲେ ଏହି ଜାଲିଆତି ପଛରେ କିଏ ସେନେଇ ପୁଲିସ ବିଭାଗ ଛାନଭିନ୍‍ ଆରମ୍ଭ କରିଛି । ତେବେ ପୁଲିସ ଚାକିରି ଜାଲିଆତି ପଛରେ କେଉଁମାନେ ରହିଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି ।

- Advertisement -

ସେପଟେ ପୁଲିସ ବିଭାଗ ପକ୍ଷରୁ ହେଲପ ଲାଇନ୍‍ ନମ୍ବର ଜାରି ରହିଛି । ନମ୍ବର ହେଉଛି ୯୦୪୦୪୯୩୨୨୩ । ଯାହାର ବି ଅଭିଯୋଗ ଥିବା ଏହି ନମ୍ବରରେ ଜଣାଇ ପାରିବେ ବୋଲି କୁହାଯାଇଛି । ସ୍ୱଚ୍ଛତାର ସହ ସିପିଏସଇ-୨୦୨୪ ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଇଛି । କିଛି ଅସାଧୁ ବ୍ୟକ୍ତି ପରୀକ୍ଷାର୍ଥୀଙ୍କୁ ଭୁଲ୍‍ ବାଟକୁ ନେବା ଉଦ୍ୟମ ପ ରେ ତତ୍ପରତା ପ୍ରକାଶ ପାଇଛି । ଆସନ୍ତା ଅକ୍ଟୋବର ୫ ଓ ୬ ତାରିଖରେ ସବୁ ଜିଲାରେ ପୁଲିସ ଏସଆଇ ପରୀକ୍ଷା ରହିଛି । ଲାଞ୍ଚ ଦେବା ଓ ନେବାରେ ସଂପୃକ୍ତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories