ଇଣ୍ଡୋନେସିଆ: ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଏକ ଇସଲାମିକ୍ ସ୍କୁଲ କୋଠା ଭୁଶୁଡି ପଡିବାରୁ ଅଘଟଣ ଘଟିଛି । ଯାହା ଫଳରେ ପ୍ରାୟ ୬୫ଜଣ ପିଲା ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ସୂଚନା ଅନୁଯାୟୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ରିପୋର୍ଟ ଅନୁସାରେ ସ୍କୁଲ କୋଠାଟି ନିର୍ମାଣଧୀନ ଥିବାବେଳେ ହଠାତ୍ ଭୁଶୁଡି ପଡିଛି । ଭଗ୍ନାଂଶ ତଳେ ଫସି ରହିଥିବା ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ରାତିସାରା ଖୋଜାଖୋଜି କରିବା ଜାରି ରଖିଛନ୍ତି । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ସମସ୍ତ ଛାତ୍ର ଅପରାହ୍ନ ପ୍ରାର୍ଥନା ପାଇଁ ଏକାଠି ହୋଇଥିଲେ ସେତେବେଳେ ହଠାତ୍ ଛାତଟି ଭୁଶୁଡି ପଡିଥିଲା । ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ପିଲାଙ୍କୁ ଉଦ୍ଧାର କରିବାରେ ନୟୋଜିତ ହୋଇଛନ୍ତି ।



