www.samajalive.in
Monday, December 8, 2025
14.1 C
Bhubaneswar

ମଙ୍ଗଳବାର ରାଶିଫଳ: ବିବାହ ବିଳମ୍ବିତ ହୋଇଥିଲେ. . .

ମେଷ: ରାଜନୀତି କ୍ଷେତ୍ରରେ ଉଚ୍ଚାସନ ଲାଭ କରିପାରନ୍ତି। ଶିକ୍ଷାବିତ୍‌ ହୋଇପାରନ୍ତି। ମାତୃ କଲ୍ୟାଣ ସଦାସର୍ବଦା ରହିବ। ଆୟୁଷ୍ମାନ୍‌ ଓ ବିଦ୍ବାନ୍‌ ହେବେ। ବ୍ୟବସାୟ ଲାଭଦାୟକ ହେବ। ସୁସ୍ଥ ରହିବେ।

ବୃଷ: ପ୍ରଭାବଶାଳୀ ହୋଇପାରନ୍ତି। ପୁରୁଷାର୍ଥୀ ହେବେ। ଆଳସ୍ୟ ପରାୟଣ ହୋଇପାରନ୍ତି। ପତ୍ନୀ ସୁଶ୍ରୀ ଓ ସୌଭାଗ୍ୟବତୀ ହେବେ। କୃଷି କର୍ମରୁ ପର୍ଯ୍ୟାପ୍ତ ଲାଭ ମିଳିବାର ସୂଚନା ମିଳୁଛି। ସୁଖ ଓ ଶାନ୍ତି ପ୍ରାପ୍ତ ହେବେ।

- Advertisement -

ମିଥୁନ: ବିପଦ ଯେତେ ଭୟଙ୍କର ହେଲେ ବି ଧୈର୍ଯ୍ୟହରା ହେବେ ନାହଁି। ମହାଜନୀ ବ୍ୟବସାୟୀ ହେବେ। ପତ୍ନୀ ଗୃହ ନିପୁଣା ହେବେ। ଗୃହ ନିର୍ମାଣ ଚିନ୍ତାଧାରାର ହେବେ। ଦେବୀ ଭକ୍ତ ଓ ଦାର୍ଶନିକ ହେବେ।

କର୍କଟ: ପରୋପକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ଧର୍ମ ସହାୟତାରେ ସୁଖ ପ୍ରାପ୍ତିର ସୂଚନା ମିଳୁଛି। ଆୟୁଷ୍ମାନ୍‌ ହେବେ। ବିପଦରୁ ତୁରନ୍ତ ଉଦ୍ଧାର ପାଇପାରନ୍ତି। କଠିନ ପରିଶ୍ରମ କରି ଯଶସ୍ବୀ ହୋଇପାରନ୍ତି।

ସିଂହ: ବିବାହ ବିଳମ୍ବିତ ହୋଇଥିଲେ ବି ପତ୍ନୀ ଆଜ୍ଞାକାରିଣୀ ଓ ସେବାକାରିଣୀ ହେବେ। ଦିନଟି ସୁଖପୂର୍ଣ୍ଣ ହେବ। ସରକାରଙ୍କଠାରୁ ଆର୍ଥିକ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି। ନିଜ ବାସସ୍ଥାନରୁ ଦୂରରେ ରହିବାକୁ ପଡ଼ିବ।

କନ୍ୟା: ଶତ୍ରୁ ନାଶକ ହୋଇପାରନ୍ତି। ନିର୍ବାଚନରେ ବିଜୟୀ ହେବେ। ଉଚ୍ଚ ପଦରେ ଅଧିଷ୍ଠିତ ହୋଇପାରନ୍ତି। ପୁଣ୍ୟାତ୍ମା ଓ ଈଶ୍ବର ବିଶ୍ବାସୀ ହେବେ। ଉଦ୍ୟୋଗପତି ଓ ବଳବାନ୍‌ ହେବେ। କାର୍ଯ୍ୟରେ ସଫଳ ହେବେ।

ତୁଳା: ନ୍ୟାୟ ପରାୟଣ ହେବେ। ଅନୁସନ୍ଧାନକାରୀ ହୋଇପାରନ୍ତି। ସ୍ବାଭିମାନୀ ଦେବୀ ଭକ୍ତ ଓ ଜଣେ ଉତ୍ତମ ଲେଖକ ହୋଇପାରନ୍ତି। ପରିବାରର ମୁଖ୍ୟ ହେବେ। ଲୋକମାନଙ୍କୁ ସଂଗଠିତ କରି ରଖିପାରନ୍ତି। ସୁଖୀ ହେବେ।

ବିଛା: ଧନବାନ୍‌ ହେବେ। ନୂତନ ଗୃହ ପ୍ରାପ୍ତିର ସୂଚନା ମିଳୁଛି। ଖାନ୍‌ଦାନୀ ସଂଯମୀ ହେବେ। କୂଟନୀତିଜ୍ଞ ହୋଇପାରନ୍ତି। ଧର୍ମଜ୍ଞାନୀ ଶାସ୍ତ୍ରୀୟ କଳାର ଅଧିକାରୀ ହେବେ। ଗୁଣୀ ଓ ଚତୁର ହେବେ। କର୍ମଠ ହେବେ।

ଧୁନ: ଧନବାନ୍‌ ହେବେ। ଆୟୁଷ୍ମାନ୍‌ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଭାଇମାନଙ୍କଠାରୁ ସହଯୋଗ ମିଳିବ। ଆତ୍ମଜ୍ଞାନ ଶକ୍ତି ଅଧିକତର ରହିବ। ପ୍ରଯତ୍ନଶୀଳ ବହୁବିଦ୍ୟା ପାରଙ୍ଗମ ହେବେ।

ମକର: ଯନ୍ତ୍ରପାତି ଓ ତୈଳ ବ୍ୟବସାୟ ଲାଭଦାୟକ ହେବ। ପୈତୃକ ଓ ଅର୍ଜିତ ଧନସମ୍ପତ୍ତି ଭୋଗ କରିପାରନ୍ତି। ବୁଦ୍ଧିମାନ୍‌ ଓ ଭାଗ୍ୟବାନ୍‌ ହେବେ। କଠିନ ପରିଶ୍ରମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କୁମ୍ଭ: ଧନବାନ୍‌ ଓ ଶାନ୍ତିପ୍ରିୟ ହେବେ। ରାଜନୀତିଜ୍ଞ ଓ ଶତ୍ରୁବିନାଶକାରୀ ହୋଇପାରନ୍ତି। ରାଜତୁଲ୍ୟ ହେବେ। ନୀତିନିଷ୍ଠ ମାର୍ଗ ଦର୍ଶକ ହୋଇପାରନ୍ତି। ଅନ୍ୟାୟ ବିରୋଧରେ ଲଢ଼େଇ କରି ବିଜୟୀ ହେବେ।

ମୀନ: ରାଜନୀତିଜ୍ଞ ଓ କୂଟନୀତିଜ୍ଞ ହୋଇପାରନ୍ତି। କଠିନ ପରିଶ୍ରମୀ ହେବେ। ଅପ୍ରିୟ ସତ୍ୟ କହି କେତେକ କ୍ଷେତ୍ରରେ ସ୍ବାର୍ଥନ୍ବେଷୀଙ୍କ ବିରାଗଭାଜନ ହୋଇପାରନ୍ତି। ଲେଖାର ଶୈଳୀ ଓ ଭାଷା ମାର୍ଜିତ ହେବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories